ଭାରତର ଆଇ ଡ୍ରପ୍‌ ପକାଇ ଶ୍ରୀଲଙ୍କାରେ ୩୦ରୁ ଅଧିକ ଲୋକଙ୍କ ଆଖି ସଂକ୍ରମଣ

ନୂଆଦିଲ୍ଲୀ: କଫ୍‌ ସିରପ୍‌ ପରେ ଏବେ ପୁଣି ଭାରତୀୟ ଆଇ ଡ୍ରପ୍‌କୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଭାରତର ଆଇ ଡ୍ରପ୍‌ ପକାଇ ଶ୍ରୀଲଙ୍କାରେ ୩୦ରୁ ଅଧିକ ଲୋକଙ୍କ ଆଖି ସଂକ୍ରମଣ ହୋଇଛି। ଶ୍ରୀଲଙ୍କା ସରକାର ଏନେଇ ଭାରତ ସରକାରଙ୍କୁ ଅବଗତ କରିଛନ୍ତି । ଗୁଜରାଟର ଏକ କମ୍ପାନି ଶ୍ରୀଲଙ୍କାକୁ ଅତି ନିମ୍ନ ମାନର ଆଇ ଡ୍ରପ୍‌ ପଠାଇଥିବା ନେଇ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଶ୍ରୀଲଙ୍କା ସରକାର କହିଛନ୍ତି, ଇଣ୍ଡିଆନା ଅପଥାଲମିକ୍ସ କମ୍ପାନି […]

Samaya Live Picture
Published On

ନୂଆଦିଲ୍ଲୀ: କଫ୍‌ ସିରପ୍‌ ପରେ ଏବେ ପୁଣି ଭାରତୀୟ ଆଇ ଡ୍ରପ୍‌କୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଭାରତର ଆଇ ଡ୍ରପ୍‌ ପକାଇ ଶ୍ରୀଲଙ୍କାରେ ୩୦ରୁ ଅଧିକ ଲୋକଙ୍କ ଆଖି ସଂକ୍ରମଣ ହୋଇଛି। ଶ୍ରୀଲଙ୍କା ସରକାର ଏନେଇ ଭାରତ ସରକାରଙ୍କୁ ଅବଗତ କରିଛନ୍ତି । ଗୁଜରାଟର ଏକ କମ୍ପାନି ଶ୍ରୀଲଙ୍କାକୁ ଅତି ନିମ୍ନ ମାନର ଆଇ ଡ୍ରପ୍‌ ପଠାଇଥିବା ନେଇ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଶ୍ରୀଲଙ୍କା ସରକାର କହିଛନ୍ତି, ଇଣ୍ଡିଆନା ଅପଥାଲମିକ୍ସ କମ୍ପାନି ଦ୍ବାରା ଶ୍ରୀଲଙ୍କାକୁ ଯୋଗାଣ କରାଯାଇଥିବା ଏକ ଆଇଡ୍ରପ୍‌ ପକାଇ ୩୦ରୁ ଅଧିକ ଲୋକଙ୍କ ଆଖି ସଂକ୍ରମଣ ହୋଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏକ ସଂସ୍ଥା ଫାର୍ମେକ୍ସସିଲ୍‌ ଗୁରୁବାର ଦିନ ଏନେଇ ଇଣ୍ଡିଆନା ଅପଥାଲମିକ୍ସକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଆରମ୍ଭ ହୋଇଛି।

Tags: