ଭାରତରୁ ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କଲା କାନାଡ଼ା
ନୂଆଦିଲ୍ଲୀ: କାନାଡ଼ା ଆଜି ଭାରତରୁ ଏହାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିଛି। ଭାରତ ଦେଇଥିବା ଧାର୍ଯ୍ୟ ସମୟ ପୂର୍ବରୁ କାନାଡ଼ା ଭାରତରେ ଥିବା ଏହାର କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିନେଇଛି। ତେବେ କାନାଡ଼ା ଏଥିପାଇଁ ଯେଉଁ କାରଣ ଦର୍ଶାଇଛି ଭାରତ ତାକୁ ପ୍ରତ୍ୟାଖ୍ୟାନ କରିଛି। ଭାରତ କୂଟନୈତିକ ସମ୍ପର୍କ ପ୍ରସଙ୍ଗରେ ଭିଏନ୍ନା ଚୁକ୍ତିର ଉଲ୍ଲଂଘନ କରିଛି ବୋଲି କାନାଡ଼ା ଅଭିଯୋଗ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଜି ଏନେଇ ଏକ ବିବୃତି ଜାରି କରି କୁହାଯାଇଛି ଯେ […]
ନୂଆଦିଲ୍ଲୀ: କାନାଡ଼ା ଆଜି ଭାରତରୁ ଏହାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିଛି। ଭାରତ ଦେଇଥିବା ଧାର୍ଯ୍ୟ ସମୟ ପୂର୍ବରୁ କାନାଡ଼ା ଭାରତରେ ଥିବା ଏହାର କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିନେଇଛି। ତେବେ କାନାଡ଼ା ଏଥିପାଇଁ ଯେଉଁ କାରଣ ଦର୍ଶାଇଛି ଭାରତ ତାକୁ ପ୍ରତ୍ୟାଖ୍ୟାନ କରିଛି। ଭାରତ କୂଟନୈତିକ ସମ୍ପର୍କ ପ୍ରସଙ୍ଗରେ ଭିଏନ୍ନା ଚୁକ୍ତିର ଉଲ୍ଲଂଘନ କରିଛି ବୋଲି କାନାଡ଼ା ଅଭିଯୋଗ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଜି ଏନେଇ ଏକ ବିବୃତି ଜାରି କରି କୁହାଯାଇଛି ଯେ ଆମେ ସମାନତାର କାର୍ଯ୍ୟକାରୀତାକୁ କୌଣସି ପ୍ରକାର ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ଭାବେ ଦର୍ଶାଇବା ଉଦ୍ୟମକୁ ବିରୋଧ କରୁଛୁ। ଉଲ୍ଲେଖଯୋଗ୍ୟ ଯେ ଆଜି କାନାଡ଼ା ବିଦେଶ ମନ୍ତ୍ରୀ ମେଲାନି ଜୋଲି ଘୋଷଣା କରି କହିଥିଲେ ଯେ ଭାରତକୁ ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରାଯାଇଛି। କାନାଡ଼ା ମଧ୍ୟ ଭାରତରେ ଏହାର ନାଗରିକଙ୍କ ପାଇଁ ସଦ୍ୟ ନର୍ଦ୍ଦେଶାବଳୀ ଜାରି କରିଛି। ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାର କିଛି ସମୟ ପରେ କାନାଡ଼ା ଏହାର ନାଗରିକଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି କରି ମାତ୍ରାଧିକ ସତର୍କତା ଅବଲମ୍ବନ କରିବାପାଇଁ କହିଛି। ମୁମ୍ବାଇ, ଚଣ୍ଡିଗଡ଼, ବେଙ୍ଗାଲୁରୁରେ ଥିବା ଦୂତାବାସରେ କାନାଡ଼ା ପ୍ରତ୍ୟକ୍ଷ ସେବା ସୁବିଧା ବନ୍ଦ କରିଛି। ଅସ୍ଥାୟୀ ଭାବେ ଏହି ଦୂତାବାସ ଗୁଡ଼ିକ ବନ୍ଦ ରହିଛି।




