ଭାରତରୁ ଚୋରି ହୋଇଥିବା ଶତାଧିକ କଳାକୃତି ଆମେରିକା ଫେରାଇବ
ୱାସିଂଟନ: ଭାରତରୁ ଚୋରି ହୋଇଥିବା ଶତାଧିକ କଳାକୃତି ଓ ମୂର୍ତ୍ତି ଆଦିକୁ ଆମେରିକା ଫେରାଇ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅମେରିକା ଗସ୍ତର ଅନ୍ତିମ ଦିନରେ ଶୁକ୍ରବାର ରୋନାଲ୍ଡ ରିଗାନ ସେଣ୍ଟରରେ ଭାରତୀୟ-ଆମେରିକୀୟଙ୍କୁ ଉଦ୍ବୋଧନ ଦେବା ଅବସରରେ କହିଛନ୍ତି ଯେ, ଭାରତରୁ ଚୋରି ହୋଇଥିବା ଶତାଧିକ ପ୍ରାଚୀନ କଳାକୃତି ଓ ମୂର୍ତ୍ତି ଆଦିକୁ ଭାରତକୁ ଫେରାଇବା ପାଇଁ ଆମେରିକା ସରକାର ନିଷ୍ପତ୍ତି ନେଇଛନ୍ତି। ଆମେରିକା ସରକାରଙ୍କ ଏପରି ନିଷ୍ପତ୍ତି ପାଇଁ ମୋଦୀ କୃତଜ୍ଞତା ପ୍ରକାଶ କରିଥିଲେ। […]
ୱାସିଂଟନ: ଭାରତରୁ ଚୋରି ହୋଇଥିବା ଶତାଧିକ କଳାକୃତି ଓ ମୂର୍ତ୍ତି ଆଦିକୁ ଆମେରିକା ଫେରାଇ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅମେରିକା ଗସ୍ତର ଅନ୍ତିମ ଦିନରେ ଶୁକ୍ରବାର ରୋନାଲ୍ଡ ରିଗାନ ସେଣ୍ଟରରେ ଭାରତୀୟ-ଆମେରିକୀୟଙ୍କୁ ଉଦ୍ବୋଧନ ଦେବା ଅବସରରେ କହିଛନ୍ତି ଯେ, ଭାରତରୁ ଚୋରି ହୋଇଥିବା ଶତାଧିକ ପ୍ରାଚୀନ କଳାକୃତି ଓ ମୂର୍ତ୍ତି ଆଦିକୁ ଭାରତକୁ ଫେରାଇବା ପାଇଁ ଆମେରିକା ସରକାର ନିଷ୍ପତ୍ତି ନେଇଛନ୍ତି। ଆମେରିକା ସରକାରଙ୍କ ଏପରି ନିଷ୍ପତ୍ତି ପାଇଁ ମୋଦୀ କୃତଜ୍ଞତା ପ୍ରକାଶ କରିଥିଲେ। ୨୦୨୨ରେ ଆମେରିକା ଭାରତକୁ ୩୦୭ଟି ପ୍ରାଚୀନ କଳାକୃତି ଫେରାଇଥିଲା, ଯାହାର ମୂଲ୍ୟ ପ୍ରାୟ ୪ ନିୟୁତ ଆମେରିକୀୟ ଡଲାର ହେବ।




