ଭାରତରୁ କାନାଡ଼ା କୂଟନୀତିଜ୍ଞ ପ୍ରତ୍ୟାହାର ନେଇ ଚିନ୍ତା ପ୍ରକଟ କଲା ଆମେରିକା

ନୂଆଦିଲ୍ଲୀ: ଭାରତରୁ କାନାଡ଼ା କୂଟନୀତିଜ୍ଞ ପ୍ରତ୍ୟାହାର ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ଭାରତ କୂଟନୈତିକ ସମ୍ପର୍କ କ୍ଷେତ୍ରରେ ୧୯୬୧ ଭିଏନ୍ନା ଚୁକ୍ତି ଅଧୀନରେ ଏହାର ଦାୟିତ୍ବ ପାଳନ କରିବାପାଇଁ ଆମେରିକା ଆଶା ପ୍ରକଟ କରୁଥିବା କହିଛି। ଉଲ୍ଲେଖଯୋଗ୍ୟ ଯେ ଭାରତରେ ଉପସ୍ଥିତ ୪୧ କୂଟନୀତିଜ୍ଞଙ୍କୁ କାନାଡ଼ା ପ୍ରତ୍ୟାହାର କରିନେବାପାଇଁ ଭାରତ କହିବାପରେ କାନାଡ଼ା ଗତକାଲି ଏହାର ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିନେଇଛି। ଭାରତ ଏନେଇ ଭିଏନ୍ନା ଚୁକ୍ତିର ଉଲ୍ଲଂଘନ କରିଛି ବୋଲି କାନାଡ଼ା ଅଭିଯୋଗ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତରୁ କାନାଡ଼ା କୂଟନୀତିଜ୍ଞ ପ୍ରତ୍ୟାହାର ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ଭାରତ କୂଟନୈତିକ ସମ୍ପର୍କ କ୍ଷେତ୍ରରେ ୧୯୬୧ ଭିଏନ୍ନା ଚୁକ୍ତି ଅଧୀନରେ ଏହାର ଦାୟିତ୍ବ ପାଳନ କରିବାପାଇଁ ଆମେରିକା ଆଶା ପ୍ରକଟ କରୁଥିବା କହିଛି। ଉଲ୍ଲେଖଯୋଗ୍ୟ ଯେ ଭାରତରେ ଉପସ୍ଥିତ ୪୧ କୂଟନୀତିଜ୍ଞଙ୍କୁ କାନାଡ଼ା ପ୍ରତ୍ୟାହାର କରିନେବାପାଇଁ ଭାରତ କହିବାପରେ କାନାଡ଼ା ଗତକାଲି ଏହାର ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିନେଇଛି। ଭାରତ ଏନେଇ ଭିଏନ୍ନା ଚୁକ୍ତିର ଉଲ୍ଲଂଘନ କରିଛି ବୋଲି କାନାଡ଼ା ଅଭିଯୋଗ କରିଛି। ତେବେ ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଆଜି ଆମେରିକା ବିଦେଶ ବିଭାଗ ମୁଖପାତ୍ର ମାଥ୍ୟୁ ମିଲ୍ଲର କହିଛନ୍ତି, ଭାରତରୁ କାନାଡ଼ା କୂଟନୀତିଜ୍ଞ ପ୍ରତ୍ୟାହାର ପ୍ରସଙ୍ଗରେ ଆମେ ଗଭୀର ଭାବେ ଚିନ୍ତିତ। କୌଣସି ପ୍ରକାର ମତଭେଦର ସମାଧାନ ପାଇଁ ଉଭୟ ପକ୍ଷର କୂଟନୀତିଜ୍ଞ ରହିବା ଆବଶ୍ୟକ ବୋଲି ମିଲ୍ଲର କହିଛନ୍ତି। ଆମେରିକା ବିଦେଶ ବିଭାଗ ପକ୍ଷରୁ କୁହାଯାଇଛି ଯେ ଭାରତ କାନାଡ଼ା କୂଟନୀତିଜ୍ଞଙ୍କ ଉପସ୍ଥିତି ହ୍ରାସ କରିବାକୁ ବାଧ୍ୟ ନକରି କାନାଡ଼ାର ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁ। ଭାରତ ୧୯୬୧ ଭିଏନ୍ନା ଚୁକ୍ତି ଅଧୀନରେ ଏହାର ଦାୟିତ୍ବ ପାଳନ କରୁ ବୋଲି ଆମେରିକା କହିଛି।

Tags: