ଭାରତକୁ ପରମାଣୁ ଆକ୍ରମଣ ଧମକ ଦେଲେ ପାକ୍ ସେନା ମୁଖ୍ୟ
ୱାସିଂଟନ: ଆମେରିକା ଗସ୍ତରେ ଥିବା ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନିର ଭାରତକୁ ପରମାଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି। ମୁନିର ଚେତାବନୀ ଦେଇ କହିଛନ୍ତି, ଯଦି ପାକିସ୍ତାନ କୌଣସି ବଡ଼ ବିପଦର ସମ୍ମୁଖୀନ ହୁଏ, ତେବେ ତାଙ୍କ ଦେଶ ପରମାଣୁ ଯୁଦ୍ଧରେ ଅବତୀର୍ଣ୍ଣ ହେବ। ଫ୍ଲୋରିଡାରେ ଏକ କାର୍ଯ୍ୟକ୍ରମରେ ମୁନିର କହିଛନ୍ତି, ଆମେ ଏକ ପରମାଣୁ ରାଷ୍ଟ୍ର। ଯଦି ଆମେ ଅନୁଭବ କରିବୁ ଯେ ଆମେ ପରାଜୟର ସମ୍ମୁଖୀନ ହେବାକୁ ଯାଉଛୁ, ତା’ହେଲେ ତେବେ ଆମେ ଅଧା […]
ୱାସିଂଟନ: ଆମେରିକା ଗସ୍ତରେ ଥିବା ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନିର ଭାରତକୁ ପରମାଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି। ମୁନିର ଚେତାବନୀ ଦେଇ କହିଛନ୍ତି, ଯଦି ପାକିସ୍ତାନ କୌଣସି ବଡ଼ ବିପଦର ସମ୍ମୁଖୀନ ହୁଏ, ତେବେ ତାଙ୍କ ଦେଶ ପରମାଣୁ ଯୁଦ୍ଧରେ ଅବତୀର୍ଣ୍ଣ ହେବ। ଫ୍ଲୋରିଡାରେ ଏକ କାର୍ଯ୍ୟକ୍ରମରେ ମୁନିର କହିଛନ୍ତି, ଆମେ ଏକ ପରମାଣୁ ରାଷ୍ଟ୍ର। ଯଦି ଆମେ ଅନୁଭବ କରିବୁ ଯେ ଆମେ ପରାଜୟର ସମ୍ମୁଖୀନ ହେବାକୁ ଯାଉଛୁ, ତା’ହେଲେ ତେବେ ଆମେ ଅଧା ଦୁନିଆକୁ ଆମ ସହିତ ଧ୍ବଂସ କରିଦେବୁ। ମୁନିର ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍)ର ବିଦାୟୀ କମାଣ୍ଡର ଜେନେରାଲ ମାଇକେଲ କୁରିଲାଙ୍କ ଅବସର ସମାରୋହରେ ଯୋଗ ଦେବା ପାଇଁ ଆମେରିକା ଗସ୍ତରେ ଅଛନ୍ତି। ଆମେରିକା ମାଟିରୁ କୌଣସି ତୃତୀୟ ଦେଶ ବିରୋଧରେ ତାଙ୍କର ପରମାଣୁ ଧମକ ମନ୍ତବ୍ୟ ପ୍ରଥମ ବୋଲି କୁହାଯାଉଛି। ମୁନିରଙ୍କ ପରମାଣୁ ଧମକ ରିପୋର୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଏବଂ ଆମେରିକା ସମ୍ପର୍କ ତିକ୍ତ ହୋଇଉଠିଛି । ପାକିସ୍ତାନ ସହ ଭାରତର ସାମରିକ ଉତ୍ତେଜନା ପରେ ଅସୀମ ମୁନିରଙ୍କୁ ହ୍ଵାଇଟ୍ ହାଉସରେ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିବାକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ନେଇଥିବା ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଥିଲେ। ସେହିପରି ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ ଭାରତର ନିଷ୍ପତ୍ତି ପାକିସ୍ତାନର ୨୫୦ ନିୟୁତ ଲୋକଙ୍କୁ ବିପଦରେ ପକାଇପାରେ ବୋଲି ମୁନିର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ସିନ୍ଧୁ ନଦୀ ଜଳ ରୋକିବା ପାଇଁ ଯଦି ଭାରତ ଡ୍ୟାମ୍ ନିର୍ମାଣ କରିବ ତା’ହେଲେ ଆମେ ସେହି ଡ୍ୟାମ୍କୁ ଉଡ଼ାଇ ଦେବୁ। ଆମେ ଯେ କୌଣସି ଡ୍ୟାମ୍କୁ ୧୦ଟି କ୍ଷେପଣାସ୍ତ୍ର ଦ୍ୱାରା ଧ୍ୱଂସ କରିବୁ । ସିନ୍ଧୁ ନଦୀ ଭାରତୀୟଙ୍କ ପାରିବାରିକ ସମ୍ପତ୍ତି ନୁହେଁ କି ଆମ ପାଖରେ କ୍ଷେପଣାସ୍ତ୍ର ଅଭାବ ନାହିଁ ବୋଲି ମୁନିର କହିଛନ୍ତି।




