ଭାଙ୍ଗିଯିବ ହିମାଚଳ ସରକାର ! ୫/୬ ବିଧାୟକଙ୍କୁ ହରିୟାଣା ପୁଲିସ, ସିଆରପିଏଫ୍ ଉଠାଇ ନେଇଥିବା ମୁଖ୍ୟମନ୍ତ୍ରୀଙ୍କ ଦାବି
ସିମଲା: କଂଗ୍ରେସ ଶାସିତ ହିମାଚଳ ପ୍ରଦେଶରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ମତଦାନ ସମୟରେ କ୍ରସ୍ ଭୋଟିଂକୁ ନେଇ ରାଜନୀତି ତେଜିଛି । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ କହିଛନ୍ତି ଯେ ତାଙ୍କ ଦଳର କେତେକ ବିଧାୟକଙ୍କୁ ହରିୟାଣା ପୁଲିସ ଏବଂ ସିଆର୍ପିଏଫ୍ ଉଠାଇ ନେଇଛନ୍ତି। ସେମାନଙ୍କୁ ହରିୟାଣାର ପଂଚକୁଳା ନିଆଯାଇଥିଲା ବୋଲି ସେ କହିଛନ୍ତି। ଦଳର ୫/୬ ଜଣ ବିଧାୟକଙ୍କୁ ନିଆଯାଇଛି ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ […]
ସିମଲା: କଂଗ୍ରେସ ଶାସିତ ହିମାଚଳ ପ୍ରଦେଶରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ମତଦାନ ସମୟରେ କ୍ରସ୍ ଭୋଟିଂକୁ ନେଇ ରାଜନୀତି ତେଜିଛି । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ କହିଛନ୍ତି ଯେ ତାଙ୍କ ଦଳର କେତେକ ବିଧାୟକଙ୍କୁ ହରିୟାଣା ପୁଲିସ ଏବଂ ସିଆର୍ପିଏଫ୍ ଉଠାଇ ନେଇଛନ୍ତି। ସେମାନଙ୍କୁ ହରିୟାଣାର ପଂଚକୁଳା ନିଆଯାଇଥିଲା ବୋଲି ସେ କହିଛନ୍ତି। ଦଳର ୫/୬ ଜଣ ବିଧାୟକଙ୍କୁ ନିଆଯାଇଛି ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଜୟରାମ ଠାକୁର କହିଛନ୍ତି ଯେ କଂଗ୍ରେସରେ ଆନ୍ତଃକନ୍ଦଳର ପରିଣତିର ପ୍ରଭାବ ଦେଖିବାକୁ ମିଳିଛି ଏବଂ ରାଜ୍ୟରେ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ହରାଇଛି। ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଆମେ ଚିନ୍ତା କରୁଛୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ବିଜେପି ସୂତ୍ରରୁ ଜଣାପଡ଼ିଛି ଯେ ବିଜେପି ସୁଖୁ ସରକାର ବିରୋଧରେ ଗୁରୁବାର ଅନାସ୍ଥା ପ୍ରସ୍ତାବ ଆଣିବ। ହିମାଚଳରେ କ୍ରସ୍ ଭୋଟିଂ ହେବାପରେ ବିଜେପି ହିମାଚଳରେ ସୁଖୁ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାପାଇଁ ଯୋଜନା କରିଛି।




