ଭାଇ ବାହାଘରରେ ଭିଡିଓ ରେକର୍ଡିଂ ପାଇ ଆସିଥିବା ଭିଡିଓଗ୍ରାଫର ଭଉଣୀକୁ ନେଇ ଫେରାର

ନୂଆଦିଲ୍ଲୀ : ବିହାରର ମୁଜାଫରପୁର ଜିଲ୍ଲାରେ ଏକ ବାହାଘର ଉତ୍ସବରେ ଭିଡିଓ ରେକର୍ଡିଂ ପାଇ ଆସିଥିବା ଜଣେ ଭିଡିଓଗ୍ରାଫର ବରର ଭଉଣୀକୁ ନେଇ ଫେରାର ହୋଇଯାଇଛି। ଜିଲ୍ଲାର ଚାନ୍ଦୱାଡ଼ା ଘାଟ ଦାମୋଦରପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ମହିଳାଙ୍କ ବାପା ଲକ୍ଷ୍ମଣ ରାୟ ଏନେଇ ପୁଲିସରେ ଅଭିଯୋଗ କରିଛନ୍ତି। ଭିଡିଓଗ୍ରାଫର ଗୋଲୁ କୁମାର ତାଙ୍କ ଝିଅକୁ ଅପହରଣ କରିନେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ରାୟଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ମାର୍ଚ୍ଚ ୪ରେ ବଜାରକୁ ଯାଇଥିଲା […]

Samaya Live Picture
Published On

ନୂଆଦିଲ୍ଲୀ : ବିହାରର ମୁଜାଫରପୁର ଜିଲ୍ଲାରେ ଏକ ବାହାଘର ଉତ୍ସବରେ ଭିଡିଓ ରେକର୍ଡିଂ ପାଇ ଆସିଥିବା ଜଣେ ଭିଡିଓଗ୍ରାଫର ବରର ଭଉଣୀକୁ ନେଇ ଫେରାର ହୋଇଯାଇଛି। ଜିଲ୍ଲାର ଚାନ୍ଦୱାଡ଼ା ଘାଟ ଦାମୋଦରପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ମହିଳାଙ୍କ ବାପା ଲକ୍ଷ୍ମଣ ରାୟ ଏନେଇ ପୁଲିସରେ ଅଭିଯୋଗ କରିଛନ୍ତି। ଭିଡିଓଗ୍ରାଫର ଗୋଲୁ କୁମାର ତାଙ୍କ ଝିଅକୁ ଅପହରଣ କରିନେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ରାୟଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ମାର୍ଚ୍ଚ ୪ରେ ବଜାରକୁ ଯାଇଥିଲା ଏବଂ ସେବେଠାରୁ ସେ ଫେରାର୍ ଅଛି। ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କିଛି ପତ୍ତା ମିଳୁନାହିଁ। ସେମାନେ ପୁଲିସର ସହଯୋଗ ଲୋଡ଼ିଥିଲେ। କିନ୍ତୁ କିଛି ଲାଭ ମିଳିଲାନି। ପରେ ଜାଣିବାକୁ ମିଳିଛି ଯେ ତାଙ୍କ ପୁଅ ବାହାଘରର ଭିଡିଓ ରେକର୍ଡିଂ ପାଇ ଆସିଥିବା ଭିଡିଓ ଗ୍ରାଫର ତାଙ୍କ ଝିଅକୁ ନେଇ ପଳାଇଛି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

Tags: