ଭର୍ଜିନିଆରେ ଗଣଗୁଳିକାଣ୍ଡ, ୩ ମୃତ

ୱାସିଂଟନ୍‌: ଉତ୍ତରପୂର୍ବ ଭର୍ଜିନିଆରେ ମଙ୍ଗଳବାର ସନ୍ଧ୍ୟାରେ ଗଣଗୁଳିକାଣ୍ଡ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୩ ଜଣ ଆହତ ହୋଇଛନ୍ତି। ଦକ୍ଷିଣପଶ୍ଚିମ ୱାସିଂଟନ୍‌ରୁ ୧୦୫ କିମି ଦୂର ଫେ‌ଡେରିକ୍ସବର୍ଗ ବାହାରେ ସ୍ପଟସିଲ୍‌ଭାନିଆ କାଉଣ୍ଟିରେ ଏକ ଟାଉନ ହାଉସ୍‌ କମ୍ପ୍ଲେକ୍ସରେ ଏହି ଗୁଳିକାଣ୍ଡ ହୋଇଛି। ୧ରୁ ଅଧିକ ଲୋକ ଏହି ଅପରାଧରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଗୁଳିମାଡ଼ରେ ଆହତ ହୋଇଥିବା ୩ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ନିଆଯାଇଛି। ଆକ୍ରମଣକାରୀ ସଂପର୍କରେ ପୁଲିସ କୌଣସି ସୂଚନା ଜାରି […]

ଭର୍ଜିନିଆରେ ଗଣଗୁଳିକାଣ୍ଡ, ୩ ମୃତ
Samaya Live Picture
Published On

ୱାସିଂଟନ୍‌: ଉତ୍ତରପୂର୍ବ ଭର୍ଜିନିଆରେ ମଙ୍ଗଳବାର ସନ୍ଧ୍ୟାରେ ଗଣଗୁଳିକାଣ୍ଡ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୩ ଜଣ ଆହତ ହୋଇଛନ୍ତି। ଦକ୍ଷିଣପଶ୍ଚିମ ୱାସିଂଟନ୍‌ରୁ ୧୦୫ କିମି ଦୂର ଫେ‌ଡେରିକ୍ସବର୍ଗ ବାହାରେ ସ୍ପଟସିଲ୍‌ଭାନିଆ କାଉଣ୍ଟିରେ ଏକ ଟାଉନ ହାଉସ୍‌ କମ୍ପ୍ଲେକ୍ସରେ ଏହି ଗୁଳିକାଣ୍ଡ ହୋଇଛି। ୧ରୁ ଅଧିକ ଲୋକ ଏହି ଅପରାଧରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଗୁଳିମାଡ଼ରେ ଆହତ ହୋଇଥିବା ୩ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ନିଆଯାଇଛି। ଆକ୍ରମଣକାରୀ ସଂପର୍କରେ ପୁଲିସ କୌଣସି ସୂଚନା ଜାରି କରିନାହିଁ।

Tags: