ଭଡ଼ା ଘରେ ରହିବେ ରାହୁଲ ଗାନ୍ଧି !
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ସାଂସଦ ପଦ ହରାଇ ଦେବାପରେ ସରକାରୀ ସରକାରୀ ବଙ୍ଗଳା ଛାଡ଼ିବାକୁ ପଡ଼ିଲା। ସରକାରୀ ବଙ୍ଗଳା ଛାଡ଼ିବା ପରଠାରୁ ରାହୁଲ ତାଙ୍କ ମା’ ସୋନିଆ ଗାନ୍ଧିଙ୍କ ବାସଭବନ (୧୦ ଜନପଥ)ରେ ରହୁଛନ୍ତି। ତେବେ ମିଳିଥିବା ସୂଚନାନୁଯାୟୀ ରାହୁଲ ଖୁବ୍ ଶୀଘ୍ର ଏକ ନୂଆ ଘରକୁ ସିଫ୍ଟ କରିପାରନ୍ତି । ରାହୁଲ ଗାନ୍ଧିଙ୍କ ପାଇଁ ଏକ ନୂତନ ଘର ଖୋଜାଯାଉଛି ଏବଂ ଶୀଘ୍ର ରାହୁଲ ଏହି ନୂତନ ଘରକୁ ସିଫ୍ଟ କରିପାରନ୍ତି | […]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ସାଂସଦ ପଦ ହରାଇ ଦେବାପରେ ସରକାରୀ ସରକାରୀ ବଙ୍ଗଳା ଛାଡ଼ିବାକୁ ପଡ଼ିଲା। ସରକାରୀ ବଙ୍ଗଳା ଛାଡ଼ିବା ପରଠାରୁ ରାହୁଲ ତାଙ୍କ ମା’ ସୋନିଆ ଗାନ୍ଧିଙ୍କ ବାସଭବନ (୧୦ ଜନପଥ)ରେ ରହୁଛନ୍ତି। ତେବେ ମିଳିଥିବା ସୂଚନାନୁଯାୟୀ ରାହୁଲ ଖୁବ୍ ଶୀଘ୍ର ଏକ ନୂଆ ଘରକୁ ସିଫ୍ଟ କରିପାରନ୍ତି । ରାହୁଲ ଗାନ୍ଧିଙ୍କ ପାଇଁ ଏକ ନୂତନ ଘର ଖୋଜାଯାଉଛି ଏବଂ ଶୀଘ୍ର ରାହୁଲ ଏହି ନୂତନ ଘରକୁ ସିଫ୍ଟ କରିପାରନ୍ତି | ତେବେ ଯେଉଁ ଘର ରାହୁଲ ଗାନ୍ଧିଙ୍କ ପାଇଁ ଦେଖାଯାଇଛି, ସେଠାରେ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ରହୁଥିଲେ । ମିଳିଥିବା ସୂଚନା ମୁତାବକ ରାହୁଲ ଗାନ୍ଧି ଖୁବଶୀଘ୍ର ଶୀଲା ଦୀକ୍ଷିତଙ୍କ ନିଜାମୁଦ୍ଦିନ ଇଷ୍ଟରେ ଥିବା ଫ୍ଲାଟରେ ରହିପାରନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ ଏହି ଘରେ ରହୁଥିଲେ, କିନ୍ତୁ ବର୍ତ୍ତମାନ ସେ ତାଙ୍କ ମାଉସୀ ଘରକୁ ଯିବାକୁ ଯାଉଛନ୍ତି। ରାହୁଲ ଗାନ୍ଧୀ ଏହି ଘରକୁ ପସନ୍ଦ କରିଛନ୍ତି ଏବଂ ଏଠାରେ ଭଡ଼ାରେ ରହିବାକୁ ଚାହିଛନ୍ତି।




