ଭଟିଣ୍ଡା ସେନା ଘାଟି ହତ୍ୟାକାଣ୍ଡର ଜଣେ ସନ୍ଦିଗ୍ଧକୁ ଗିରଫ କଲା ପୁଲିସ
ନୂଆଦିଲ୍ଲୀ: ଭଟିଣ୍ଡା ସେନା ଘାଟିରେ ଭାରତୀୟ ସେନାର ୪ଜଣ ଯବାନଙ୍କୁ ହତ୍ୟା କରାଯିବା ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀଙ୍କୁ ସନ୍ଦିଗ୍ଧ ଭାବେ ପୋଲିସ ଗିରଫ କରିଛି। ପୁଲିସ ସୁପରିଟେଣ୍ଡେଣ୍ଟ୍ ଗୁଲ୍ନୀତ୍ ଖୁରାନା କହିଛନ୍ତି ଯେ, ଘଟଣାସ୍ଥଳରେ ଧଳା କୁର୍ତ୍ତା-ପାଇଜାମା ପରିହିତ ଓ ମୁହଁ ଆବୃତ୍ତ କରି ରଖିଥିବା ଦୁଇଜଣ ବ୍ୟକ୍ତିଙ୍କୁ ଦେଖିଥିଲେ ବୋଲି କହିଥିବା ଦେସାଇ ମୋହନ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବୋଲି ଅନୁମାନ କରାଯାଉଛି। ରବିବାର ପଚରାଉଚରା ପାଇଁ ଭଟିଣ୍ଡା ପୁଲିସ ଡକାଇଥିବା ଚାରିଜଣ ଯବାନଙ୍କ ମଧ୍ୟରୁ […]
ନୂଆଦିଲ୍ଲୀ: ଭଟିଣ୍ଡା ସେନା ଘାଟିରେ ଭାରତୀୟ ସେନାର ୪ଜଣ ଯବାନଙ୍କୁ ହତ୍ୟା କରାଯିବା ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀଙ୍କୁ ସନ୍ଦିଗ୍ଧ ଭାବେ ପୋଲିସ ଗିରଫ କରିଛି। ପୁଲିସ ସୁପରିଟେଣ୍ଡେଣ୍ଟ୍ ଗୁଲ୍ନୀତ୍ ଖୁରାନା କହିଛନ୍ତି ଯେ, ଘଟଣାସ୍ଥଳରେ ଧଳା କୁର୍ତ୍ତା-ପାଇଜାମା ପରିହିତ ଓ ମୁହଁ ଆବୃତ୍ତ କରି ରଖିଥିବା ଦୁଇଜଣ ବ୍ୟକ୍ତିଙ୍କୁ ଦେଖିଥିଲେ ବୋଲି କହିଥିବା ଦେସାଇ ମୋହନ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବୋଲି ଅନୁମାନ କରାଯାଉଛି। ରବିବାର ପଚରାଉଚରା ପାଇଁ ଭଟିଣ୍ଡା ପୁଲିସ ଡକାଇଥିବା ଚାରିଜଣ ଯବାନଙ୍କ ମଧ୍ୟରୁ ଦେସାଇ ମୋହନ ହେଉଛନ୍ତି ଅନ୍ୟତମ। ସେ ତାଙ୍କ ଉପରିସ୍ଥ ଅଧିକାରୀମାନଙ୍କୁ କହିଥିଲେ ଯେ, ଅପରାଧ ସ୍ଥଳରୁ ମୁହଁ ଆବୃତ୍ତ କରିଥିବା ଦୁଇଜଣ କୁର୍ତ୍ତା-ପାଇଜାମା ପରିହିତ ବ୍ୟକ୍ତି ଚାଲି ଯିବାର ସେ ଦେଖିଛନ୍ତି। କିନ୍ତୁ ତଦନ୍ତକାରୀମାନେ କହିଛନ୍ତି, ଘାଟି ପରିସର ମଧ୍ୟକୁ କେହି ଅନୁପ୍ରବେଶ କରିଥିବା ସେଠାକାର ସିସିଟିଭି ଫୁଟେଜ୍ରେ ଦେଖାଯାଉନାହିଁ। ତେଣୁ ପ୍ରତ୍ୟେକ୍ଷଦର୍ଶୀଙ୍କ ଉପରେ ସନ୍ଦେହ ବଢିଥିବା କୁହାଯାଇଛି।




