ଭଟିଣ୍ଡା ସାମରିକ ଘାଟିରେ ଗୁଳିକାଣ୍ଡରେ ୪ ମୃତ

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ପଞ୍ଜାବର ଭଟିଣ୍ଡାସ୍ଥିତ ସାମରିକ ଘାଟିରେ ଗୁଳିକାଣ୍ଡ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି। ଭୋର୍ ପ୍ରାୟ ୪.୩୫ ମିନିଟ୍ରେ ସାମରିକ ଘାଟି ଭିତରେ ଗୁଳିକାଣ୍ଡ ହୋଇଥିବା ଖବର ଆସିବା ପରେ କୁଇକ୍ ରିଆକ୍ସନ୍ ଟିମ୍ ସେ ଅଞ୍ଚଳକୁ ସିଲ୍ କରିଦେଇଛି। ତେବେ ଏଥିରେ ନିହତ ହୋଇଥିବା ବ୍ୟକ୍ତିମାନେ ଆର୍ମିର ଯବାନ୍ ବୋଲି ଜଣାପଡ଼ିଛି। ଗୁଳି ଚଳାଇଥିବା ବ୍ୟକ୍ତିଜଣକ ବେସାମରିକ ପୋଷାକ ପିନ୍ଧିଥିଲେ ବୋଲି କୁହାଯାଉଛି। କିନ୍ତୁ, ଏହା କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ […]

Samaya Live Picture
Published On

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ପଞ୍ଜାବର ଭଟିଣ୍ଡାସ୍ଥିତ ସାମରିକ ଘାଟିରେ ଗୁଳିକାଣ୍ଡ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି। ଭୋର୍ ପ୍ରାୟ ୪.୩୫ ମିନିଟ୍ରେ ସାମରିକ ଘାଟି ଭିତରେ ଗୁଳିକାଣ୍ଡ ହୋଇଥିବା ଖବର ଆସିବା ପରେ କୁଇକ୍ ରିଆକ୍ସନ୍ ଟିମ୍ ସେ ଅଞ୍ଚଳକୁ ସିଲ୍ କରିଦେଇଛି। ତେବେ ଏଥିରେ ନିହତ ହୋଇଥିବା ବ୍ୟକ୍ତିମାନେ ଆର୍ମିର ଯବାନ୍ ବୋଲି ଜଣାପଡ଼ିଛି। ଗୁଳି ଚଳାଇଥିବା ବ୍ୟକ୍ତିଜଣକ ବେସାମରିକ ପୋଷାକ ପିନ୍ଧିଥିଲେ ବୋଲି କୁହାଯାଉଛି। କିନ୍ତୁ, ଏହା କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ପଞ୍ଜାବ ଏସ୍ଏସ୍ପି କହିଛନ୍ତି। ତାଙ୍କ ମତରେ, ଏହା ଆତଙ୍କବାଦୀ ଆକ୍ରମଣ ପରି ମନେ ହେଉନାହିଁ। ସହକର୍ମୀ ହତ୍ୟା ବା ଆକସ୍ମିକ ଦୁର୍ଘଟଣା ପରି ଘଟଣା ଘଟିଥାଇପାରେ ବୋଲି ପୁଲିସ୍ ଅନୁମାନ କରୁଛନ୍ତି। ଦୁଇ ଦିନ ତଳେ ଆର୍ଟିଲେରି ୟୁନିଟ୍ର ଗାର୍ଡ ରୁମ୍ରୁ ଗୋଟିଏ ଇନ୍ସାସ୍ ଆସଲ୍ଟ ରାଇଫଲ୍ ଗାଏବ ହୋଇଯାଇଥିଲା। ହୁଏତ ଏହି ରାଇଫଲ୍ରେ ଗୁଳି ଚଲାଯାଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ମୃତକଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଅବଗତ କରାଇ ଦିଆଯାଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି।

Tags: