ଭଗବାନ ରାମଙ୍କ ଫଟୋ ଥିବା ପ୍ଲେଟରେ ବିରିୟାନି ଖାଇବାକୁ ଦେବା ଘଟଣାକୁ ନେଇ ଉତ୍ତେଜନା
ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗିରପୁରୀରେ ଜଣେ ବିରିୟାନି ବିକ୍ରେତା ଭଗବାନ ରାମଙ୍କ ଫଟୋ ଥିବା ଡିସ୍ପୋଜେବଲ୍ ପ୍ଲେଟ୍ରେ ବିରିୟାନି ଖାଇବାକୁ ଦେଉଥିବା ଦେଖିବାକୁ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ହିନ୍ଦୁ ସଂଗଠନର ସଦସ୍ୟମାନେ ବିରିୟାନି ଦୋକାନରେ ରଖାଯାଇଥିବା ପ୍ଲେଟରେ ଭଗବାନ ରାମଙ୍କ ଫଟୋ ଦେଖିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସେମାନେ ବିକ୍ରେତାଙ୍କୁ ଏହି ପ୍ରସଙ୍ଗରେ ପଚରାଉଚରା କରିବା ସହ ପ୍ଲେଟରେ ଲୋକଙ୍କୁ ବିରିୟାନି ଦିଆଯାଉଥିବା ଦେଖିବାକୁ ପାଇଥିଲେ। ଭଗବାନ ରାମଙ୍କ ଫଟୋ ଥିବା […]
ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗିରପୁରୀରେ ଜଣେ ବିରିୟାନି ବିକ୍ରେତା ଭଗବାନ ରାମଙ୍କ ଫଟୋ ଥିବା ଡିସ୍ପୋଜେବଲ୍ ପ୍ଲେଟ୍ରେ ବିରିୟାନି ଖାଇବାକୁ ଦେଉଥିବା ଦେଖିବାକୁ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ହିନ୍ଦୁ ସଂଗଠନର ସଦସ୍ୟମାନେ ବିରିୟାନି ଦୋକାନରେ ରଖାଯାଇଥିବା ପ୍ଲେଟରେ ଭଗବାନ ରାମଙ୍କ ଫଟୋ ଦେଖିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସେମାନେ ବିକ୍ରେତାଙ୍କୁ ଏହି ପ୍ରସଙ୍ଗରେ ପଚରାଉଚରା କରିବା ସହ ପ୍ଲେଟରେ ଲୋକଙ୍କୁ ବିରିୟାନି ଦିଆଯାଉଥିବା ଦେଖିବାକୁ ପାଇଥିଲେ। ଭଗବାନ ରାମଙ୍କ ଫଟୋ ଥିବା ପ୍ଲେଟକୁ ବ୍ୟବହାର ପରେ ଆବର୍ଜନାରେ ଫିଙ୍ଗି ଦିଆଯାଉଛି। ଘଟଣାସ୍ଥଳକୁ ପୁଲିସକୁ ଡକାଯାଇ ଭଗବାନ ରାମଙ୍କ ଫଟୋ ଥିବା ୪ଟି ପ୍ଲେଟ୍ ପ୍ୟାକେଟ୍ ଜବତ କରାଯାଇଛି ଏବଂ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି। ପୁଲିସ ଦୋକାନ ମାଲିକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।




