ଭକ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ, ଜାନୁଆରି ୨୨ରେ ରାମ ମନ୍ଦିର ଆସନା, ଘରେ ଦୀପ ଜଳାଅ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଦେଶବ୍ୟାପୀ ଶ୍ରୀରାମଙ୍କ ଭକ୍ତମାନଙ୍କୁ ଏହା ଅନୁରୋଧ କରି କହିଛନ୍ତି ଯେ ଜାନୁଆରି ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅଯୋଧ୍ୟା ଆସନା। ଅଯୋଧ୍ୟାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ସମସ୍ତଙ୍କୁ ମୋର ଗୋଟିଏ ଅନୁରୋଧ। ଜାନୁଆରି ୨୨ ତାରିଖ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସମସ୍ତଙ୍କର ଅଯୋଧ୍ୟା ଆସିବାକୁ ଇଚ୍ଛା ଅଛି। କିନ୍ତୁ ଏହା ଆପଣମାନେ ଜାଣନ୍ତି ଯେ ସମସ୍ତେ ଏଠାକୁ ଆସିବା […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଦେଶବ୍ୟାପୀ ଶ୍ରୀରାମଙ୍କ ଭକ୍ତମାନଙ୍କୁ ଏହା ଅନୁରୋଧ କରି କହିଛନ୍ତି ଯେ ଜାନୁଆରି ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅଯୋଧ୍ୟା ଆସନା। ଅଯୋଧ୍ୟାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ସମସ୍ତଙ୍କୁ ମୋର ଗୋଟିଏ ଅନୁରୋଧ। ଜାନୁଆରି ୨୨ ତାରିଖ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସମସ୍ତଙ୍କର ଅଯୋଧ୍ୟା ଆସିବାକୁ ଇଚ୍ଛା ଅଛି। କିନ୍ତୁ ଏହା ଆପଣମାନେ ଜାଣନ୍ତି ଯେ ସମସ୍ତେ ଏଠାକୁ ଆସିବା ସମ୍ଭବ ନୁହେଁ। ତେଣୁ ଜାନୁଆରି ୨୨ ତାରିଖ କାର୍ଯ୍ୟକ୍ରମ ପରେ ସମସ୍ତ ଭକ୍ତ ରାମ ମନ୍ଦିର ଆସିବାପାଇଁ ମୁଁ ଅନୁରୋଧ କରୁଛି। ମୋଦୀ କହିଛନ୍ତି, ଆମେ ୫୫୦ ବର୍ଷ ଅପେକ୍ଷା କଲେଣି। ଆଉ କିଛି ଦିନ ଅପେକ୍ଷା କରିବାପାଇଁ ସେ ଅନୁରୋଧ କରିଛନ୍ତି। ମୋଦୀ ଆଜି ରେଳ ଷ୍ଟେସନ୍ରେ ଉଦ୍ବୋଧନ ଦେଇ ଏହି ଟିପ୍ପଣୀ ଦେଇଛନ୍ତି।




