ବୟସ୍କମାନଙ୍କ ଦେଶ ପାଲଟିଲା ଜାପାନ
ଟୋକିଓ : ଲଗାତାର ୧୪ଶ ବର୍ଷ ପାଇଁ ଜାପାନର ଜନସଂଖ୍ୟା ହ୍ରାସ ପାଇଛି। ନିମ୍ନ ଜନ୍ମ ହାର ସଙ୍କଟ ସହ ସଂଘର୍ଷ କରୁଥିବା ଜାପାନ ପାଇଁ ଏହି ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଏପରିକି ଜନ୍ମ ହାର ବୃଦ୍ଧି ପାଇଁ ଜାପାନ ସରକାର ଏକ ଅଲଗା ମନ୍ତ୍ରଣାଳୟ ଗଠନ କରିଛନ୍ତି ଏବଂ ଯୁବକମାନଙ୍କୁ ସମ୍ପର୍କ ରଖିବା ଓ ବିବାହ କରିବାକୁ ଉତ୍ସାହିତ କରୁଛନ୍ତି। ଏହା ପରେ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ଯୁବକଙ୍କ ମଧ୍ୟରେ ଉଦାସୀନତା ଦେଖିବାକୁ ମିଳୁଛି। […]
ଟୋକିଓ : ଲଗାତାର ୧୪ଶ ବର୍ଷ ପାଇଁ ଜାପାନର ଜନସଂଖ୍ୟା ହ୍ରାସ ପାଇଛି। ନିମ୍ନ ଜନ୍ମ ହାର ସଙ୍କଟ ସହ ସଂଘର୍ଷ କରୁଥିବା ଜାପାନ ପାଇଁ ଏହି ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଏପରିକି ଜନ୍ମ ହାର ବୃଦ୍ଧି ପାଇଁ ଜାପାନ ସରକାର ଏକ ଅଲଗା ମନ୍ତ୍ରଣାଳୟ ଗଠନ କରିଛନ୍ତି ଏବଂ ଯୁବକମାନଙ୍କୁ ସମ୍ପର୍କ ରଖିବା ଓ ବିବାହ କରିବାକୁ ଉତ୍ସାହିତ କରୁଛନ୍ତି। ଏହା ପରେ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ଯୁବକଙ୍କ ମଧ୍ୟରେ ଉଦାସୀନତା ଦେଖିବାକୁ ମିଳୁଛି। ୨୦୨୪ର ତଥ୍ୟ ଅନୁଯାୟୀ, ଦେଶରେ ୬୫ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୨୯.୩ ପ୍ରତିଶତ ରହିଛି। ସୋମବାର ଜାପାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି। ଅକ୍ଟୋବର ତଥ୍ୟ ଅନୁଯାୟୀ ଜାପାନର ମୋଟ ଜନସଂଖ୍ୟା ୧୨.୩ ନିୟୁତ, ଯେଉଁଥିରେ ଜାପାନୀ ଓ ବିଦେଶୀମାନେ ଅଛନ୍ତି। ଗତବର୍ଷ ତୁଳନାରେ ଏହି ସଂଖ୍ୟା ୫ ଲକ୍ଷ ୫୦ ହଜାର କମ୍। ଜାପାନର ଜନସଂଖ୍ୟା ୨୦୧୧ ପରଠାରୁ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଜାପାନର ଜନସଂଖ୍ୟା ପ୍ରତିବର୍ଷ ଅନେକ ନିୟୁତ ହ୍ରାସ ପାଇଥାଏ। ୨୦୦୮ ମସିହାରେ ଜନସଂଖ୍ୟା ଶୀର୍ଷରେ ପହଞ୍ଚିଥିଲା। ଜାପାନ ପାଇଁ କଠିନ ସମସ୍ୟା ହେଉଛି ବୟସ୍କଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଯୁବକଙ୍କ ସଂଖ୍ୟା ହ୍ରାସ। ଦେଶରେ ଏବେ ୧୫ ବର୍ଷରୁ କମ୍ ବୟସର ଲୋକଙ୍କ ସଂଖ୍ୟା ମାତ୍ର ୧୧ ପ୍ରତିଶତ ରହିଛି। ପୂର୍ବ ବର୍ଷ ତୁଳନାରେ ଏହି ସଂଖ୍ୟା ୩ ଲକ୍ଷ ୪୩ ହଜାର କମ୍। ୧୯୭୫ ମସିହାରୁ ଜାପାନରେ ଯୁବ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଜାପାନରେ ବୟସ୍କ ଜନସଂଖ୍ୟା ୩୬.୨୩ ନିୟୁତକୁ ବୃଦ୍ଧି ପାଇଛି। ଗତବର୍ଷ ତୁଳନାରେ ବୟସ୍କଙ୍କ ସଂଖ୍ୟା ୧୭ ହଜାର ବୃଦ୍ଧି ପାଇଛି। ଏବେ ଯଦି ଆମେ ଜାପାନୀ ବଂଶୋଦ୍ଭବ ଲୋକଙ୍କ ବିଷୟରେ କହିବା ତେବେ ସେମାନଙ୍କ ଜନସଂଖ୍ୟା ମାତ୍ର ୧୨ କୋଟି। ଗତବର୍ଷ ତୁଳନାରେ ଏହି ଲୋକଙ୍କ ସଂଖ୍ୟା ପ୍ରାୟ ୯ ଲକ୍ଷ ହ୍ରାସ ପାଇଛି।




