ବ୍ରିଟେନ ସରକାରକୁ ଫେରିଲେ ଡେଭିଡ କାମେରନ
ନୂଆଦିଲ୍ଲୀ : ପୂର୍ବତନ ବ୍ରିଟେନ ପ୍ରଧାନମନ୍ତ୍ରୀ ଡେଭିଡ କାମେରନ ସୋମବାର ଦିନ ବ୍ରିଟେନର ବିଦେଶ ସଚିବ ଭାବେ ବ୍ରିଟେନ ସରକାରକୁ ଫେରିଛନ୍ତି। ଦେଶରେ ପାଲେଷ୍ଟାଇନ ସମର୍ଥିତ ଆନ୍ଦୋଳନ ପ୍ରସଙ୍ଗରେ ଦେଇଥିବା ଟିପ୍ପଣୀ ପାଇଁ ମନ୍ତ୍ରୀ ସୁଏଲ୍ଲା ବ୍ରେଭରମ୍ୟାନ୍ ବହିଷ୍କୃତ ହେବାପରେ ତାଙ୍କ ସ୍ଥାନରେ ଜେମ୍ସ କ୍ଲେଭର୍ଲି ଗୃହ ସଚିବ ନିଯୁକ୍ତ ହୋଇଛନ୍ତି। ତେବେ ଡେଭିଡ କାମେରନ ଜେମ୍ସ କ୍ଲେଭରଲିଙ୍କ ସ୍ଥାନରେ ନୂଆ ଗୃହ ସଚିବ ନିଯୁକ୍ତ ହେବେ। ଉଲ୍ଲେଖଯୋଗ୍ୟ ଯେ ସୁଏଲ୍ଲା ବ୍ରେଭରମ୍ୟାନ୍ଙ୍କ ଇସ୍ତଫା ପରେ ବ୍ରିଟେନ […]
ନୂଆଦିଲ୍ଲୀ : ପୂର୍ବତନ ବ୍ରିଟେନ ପ୍ରଧାନମନ୍ତ୍ରୀ ଡେଭିଡ କାମେରନ ସୋମବାର ଦିନ ବ୍ରିଟେନର ବିଦେଶ ସଚିବ ଭାବେ ବ୍ରିଟେନ ସରକାରକୁ ଫେରିଛନ୍ତି। ଦେଶରେ ପାଲେଷ୍ଟାଇନ ସମର୍ଥିତ ଆନ୍ଦୋଳନ ପ୍ରସଙ୍ଗରେ ଦେଇଥିବା ଟିପ୍ପଣୀ ପାଇଁ ମନ୍ତ୍ରୀ ସୁଏଲ୍ଲା ବ୍ରେଭରମ୍ୟାନ୍ ବହିଷ୍କୃତ ହେବାପରେ ତାଙ୍କ ସ୍ଥାନରେ ଜେମ୍ସ କ୍ଲେଭର୍ଲି ଗୃହ ସଚିବ ନିଯୁକ୍ତ ହୋଇଛନ୍ତି। ତେବେ ଡେଭିଡ କାମେରନ ଜେମ୍ସ କ୍ଲେଭରଲିଙ୍କ ସ୍ଥାନରେ ନୂଆ ଗୃହ ସଚିବ ନିଯୁକ୍ତ ହେବେ। ଉଲ୍ଲେଖଯୋଗ୍ୟ ଯେ ସୁଏଲ୍ଲା ବ୍ରେଭରମ୍ୟାନ୍ଙ୍କ ଇସ୍ତଫା ପରେ ବ୍ରିଟେନ ସରକାରରେ ଅଦଳବଦଳ ଆବଶ୍ୟକ ପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଡେଭିଡ କାମେରନ ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ ବ୍ରିଟେନର ପ୍ରଧାନମନ୍ତ୍ରୀ ଥିଲେ। ବ୍ରେକଜିଟ୍ ରେଫରେଣ୍ଡମ୍ ହାରିବାପରେ ସେ ୨୦୧୬ରେ ଇସ୍ତଫା ଦେଇଥିଲେ। କାମେରନଙ୍କ ପରେ ତାଙ୍କ ଗୃହ ସଚିବ ଥେରେସା ମେ’ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିଲେ ।




