ବ୍ରିଟେନ ରାଜନୈତିକ ମଞ୍ଚରେ ଅକ୍ଷତା, ଋଷି ସୁନକଙ୍କୁ ‘ସର୍ବୋତ୍ତମ ବନ୍ଧୁ’ କହିଲେ

ଲଣ୍ଡନ: ବ୍ରିଟେନର ପ୍ରଥମ ମହିଳା ଅକ୍ଷତା ମୂର୍ତ୍ତି ସମସ୍ତଙ୍କୁ ଚକ୍କିତ କରି ବୁଧବାର ଦିନ ଦେଶର ରାଜନୈତିକ ମଞ୍ଚରେ ଆବିର୍ଭାବ ହୋଇଛନ୍ତି। ମଂଚେଷ୍ଟରରେ କଂଜରଭେଟିଭ୍‌ ପାର୍ଟିର ସମ୍ମିଳନୀରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସ୍ବାମୀ ଋଷି ସୁନକ ଭାଷଣ ଦେବା ପୂର୍ବରୁ ଅକ୍ଷତା ଅଚାନକ ମଞ୍ଚରେ ପ୍ରବେଶ କରିଥିଲେ ଏବଂ ତାଙ୍କ ଉଦ୍‌ବୋଧନରେ ସୁନକଙ୍କୁ ସର୍ବଶ୍ରେଷ୍ଠ ବନ୍ଧୁ ବୋଲି କହିଥିଲେ। ଅକ୍ଷତା କହିଥିଲେ ଯେ ଏହି ମଞ୍ଚରେ ସେ ଉଦ୍‌ବୋଧନ ଦେବେ ବୋଲି ତାଙ୍କ ପତି ସୁନକ […]

Samaya Live Picture
Published On

ଲଣ୍ଡନ: ବ୍ରିଟେନର ପ୍ରଥମ ମହିଳା ଅକ୍ଷତା ମୂର୍ତ୍ତି ସମସ୍ତଙ୍କୁ ଚକ୍କିତ କରି ବୁଧବାର ଦିନ ଦେଶର ରାଜନୈତିକ ମଞ୍ଚରେ ଆବିର୍ଭାବ ହୋଇଛନ୍ତି। ମଂଚେଷ୍ଟରରେ କଂଜରଭେଟିଭ୍‌ ପାର୍ଟିର ସମ୍ମିଳନୀରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସ୍ବାମୀ ଋଷି ସୁନକ ଭାଷଣ ଦେବା ପୂର୍ବରୁ ଅକ୍ଷତା ଅଚାନକ ମଞ୍ଚରେ ପ୍ରବେଶ କରିଥିଲେ ଏବଂ ତାଙ୍କ ଉଦ୍‌ବୋଧନରେ ସୁନକଙ୍କୁ ସର୍ବଶ୍ରେଷ୍ଠ ବନ୍ଧୁ ବୋଲି କହିଥିଲେ। ଅକ୍ଷତା କହିଥିଲେ ଯେ ଏହି ମଞ୍ଚରେ ସେ ଉଦ୍‌ବୋଧନ ଦେବେ ବୋଲି ତାଙ୍କ ପତି ସୁନକ ଜାଣିନଥିଲେ । ଅକ୍ଷତା ଶାସକ ଦଳର ସବୁଠାରୁ ବଡ଼ ମଞ୍ଚରେ ଉଦ୍‌ବୋଧନ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥିବା ବେଳେ ଏହା ବ୍ରିଟେନ୍‌ ରାଜନୀତିକୁ ମଧ୍ୟ ସରଗରମ କରିଛି। ଇନ୍‌ଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ୪୩ ବର୍ଷର ଝିଅ ଅକ୍ଷତା ଋଷି ସୁନକଙ୍କ ବିଭିନ୍ନ ଉପଲବ୍ଧି ସଂପର୍କରେ ପ୍ରଭାବଶାଳୀ ଭାଷଣ ରଖିଥିଲେ।

Tags: