ବ୍ରିଟେନ ନିର୍ବାଚନରେ ଲେବର ପାର୍ଟିର ବିପୁଳ ବିଜୟ; ଷ୍ଟାର୍ମର ନୂଆ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନରେ ଋଷି ସୁନକଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍ ପାର୍ଟି ଚଳାଇଥିବା ୧୪ ବର୍ଷର ଶାସନର ଅନ୍ତ ଘଟିଛି। ବ୍ରିଟେନ୍ ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ହାସଲ କରିଛି ଏବଂ କେୟର ଷ୍ଟାର୍ମର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ନିର୍ବାଚନ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହେବାମାତ୍ରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ତଫା ଦେଇଥିଲେ। ୬୫୦ ଆସନ ବିଶିଷ୍ଟ ସଂସଦରେ ଲେବର ଦଳ ୩୨୬ର ମ୍ୟାଜିକ୍ ନମ୍ବର ଅତିକ୍ରମ କରିବା ପରେ ସୁନକ […]

Samaya Live Picture
Published On

ଲଣ୍ଡନ: ବ୍ରିଟେନରେ ଋଷି ସୁନକଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍ ପାର୍ଟି ଚଳାଇଥିବା ୧୪ ବର୍ଷର ଶାସନର ଅନ୍ତ ଘଟିଛି। ବ୍ରିଟେନ୍ ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ହାସଲ କରିଛି ଏବଂ କେୟର ଷ୍ଟାର୍ମର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ନିର୍ବାଚନ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହେବାମାତ୍ରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ତଫା ଦେଇଥିଲେ। ୬୫୦ ଆସନ ବିଶିଷ୍ଟ ସଂସଦରେ ଲେବର ଦଳ ୩୨୬ର ମ୍ୟାଜିକ୍ ନମ୍ବର ଅତିକ୍ରମ କରିବା ପରେ ସୁନକ ଦଳର ପରାଜୟ ସ୍ୱୀକାର କରିଥିଲେ। ଲେବର ଦଳ ୪୧୨ଟି ଆସନରେ ବିଜୟୀ ହୋଇଥିବା ବେଳେ ଟୋରି (କଞ୍ଜରଭେଟିଭ୍‌) ୧୨୦ଟି ଆସନ ସହ ଦ୍ବିତୀୟ ସ୍ଥାନରେ ରହିଛି, ଯାହା କି ୨୦୧୯ ନିର୍ବାଚନରେ ପାଇଥିବା ୩୬୫ଟି ଆସନରୁ ଯଥେଷ୍ଟ କମ୍। ଲିବରାଲ ଡେମୋକ୍ରାଟମାନେ ୭୧ଟି ଆସନ ପାଇଥିବା ବେଳେ ସ୍କଟିସ ନ୍ୟାସନାଲ ପାର୍ଟି ୯ଟି ଆସନରେ ବିଜୟୀ ହୋଇଛି। ବ୍ରେକ୍‌ଜିଟ୍ ଚାମ୍ପିୟନ ନାଇଜେଲ ଫାରେଜଙ୍କ ନେତୃତ୍ବାଧୀନ ଦକ୍ଷିଣପନ୍ଥୀ ରିଫର୍ମ ୟୁକେ ୪ଟି ଆସନରେ ବିଜୟୀ ହୋଇଛି।

Tags: