ବ୍ରିଟେନରେ ଭୟ ବଢ଼ାଉଛି ନୂଆ କୋଭିଡ ପ୍ରଜାତି ‘ଏରିସ୍’
ଲଣ୍ଡନ : ବ୍ରିଟେନ୍ରେ ଏବେ ଏକ ନୂଆ ପ୍ରଜାତି ଯୋଗୁଁ ସଂକ୍ରମଣ ବଢ଼ୁଛି। ଓମିକ୍ରନ୍ରୁ ସୃଷ୍ଟି ହୋଇଥିବା ଏକ ନୂଆ ପ୍ରଜାତି ଇଜି.୫.୧. ଏବେ ବ୍ରିଟେନ୍ରେ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଇଜି.୫.୧. ପ୍ରଜାତିକୁ ‘ଏରିସ’ କୁହାଯାଉଛି। ଗତମାସରେ ପ୍ରଥମେ ବ୍ରିଟେନ୍ରେ ଏହି ପ୍ରଜାତି ଚିହ୍ନଟ ହୋଇଥିଲା। ଦେଶରେ ଏବେ ଏହା ଦ୍ରୁତ ଗତିରେ ବ୍ୟାପୁଛି। ୟୁକେଏଚଏସଏ ( ୟୁକେ ହେଲ୍ଥ ସିକ୍ୟୁରିଟି ଏଜେନ୍ସି) ଅନୁଯାୟୀ ପ୍ରତି ୭ନୂଆ ମାମଲାରେ ଗୋଟିଏ ମାମଲା ଇଜି.୫.୧. । […]
ଲଣ୍ଡନ : ବ୍ରିଟେନ୍ରେ ଏବେ ଏକ ନୂଆ ପ୍ରଜାତି ଯୋଗୁଁ ସଂକ୍ରମଣ ବଢ଼ୁଛି। ଓମିକ୍ରନ୍ରୁ ସୃଷ୍ଟି ହୋଇଥିବା ଏକ ନୂଆ ପ୍ରଜାତି ଇଜି.୫.୧. ଏବେ ବ୍ରିଟେନ୍ରେ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଇଜି.୫.୧. ପ୍ରଜାତିକୁ ‘ଏରିସ’ କୁହାଯାଉଛି। ଗତମାସରେ ପ୍ରଥମେ ବ୍ରିଟେନ୍ରେ ଏହି ପ୍ରଜାତି ଚିହ୍ନଟ ହୋଇଥିଲା। ଦେଶରେ ଏବେ ଏହା ଦ୍ରୁତ ଗତିରେ ବ୍ୟାପୁଛି। ୟୁକେଏଚଏସଏ ( ୟୁକେ ହେଲ୍ଥ ସିକ୍ୟୁରିଟି ଏଜେନ୍ସି) ଅନୁଯାୟୀ ପ୍ରତି ୭ନୂଆ ମାମଲାରେ ଗୋଟିଏ ମାମଲା ଇଜି.୫.୧. । ତଥ୍ୟରୁ ଜଣାପଡ଼ିଛି ଯେ ଏହି ପ୍ରଜାତି ଏବେ ୧୪.୬ ପ୍ରତିଶତ ମାମଲାରେ ଚିହ୍ନଟ ହୋଇଛି। ବ୍ରିଟେନରେ ପୂର୍ବ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ସଂକ୍ରମଣ ବୃଦ୍ଧି ପାଇଛି। ସେହିପରି ବୟସ୍କଙ୍କ କ୍ଷେତ୍ରରେ ହସ୍ପିଟାଲ ଆଡମିସନ ମଧ୍ୟ ବଢ଼ିଛି। ଏହି ପ୍ରଜାତି ପାଇଁ ଏବେ ଅନ୍ତର୍ଜାତୀୟ ସ୍ତରରେ ସଂକ୍ରମଣ ବଢ଼ୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୨ ସପ୍ତାହ ହେବ ଇଜି.୫.୧.କୁ ଟ୍ରାକ୍ କରିବା ଆରମ୍ଭ କରିଛନ୍ତି।




