ବ୍ରିଟେନ‌ରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସ୍କଟଲାଣ୍ଡ ଗୁରୁଦ୍ବାରରେ ପ୍ରବେଶ ଅନୁମତି ମିଳିଲାନି

ନୂଆଦିଲ୍ଲୀ : ବ୍ରିଟେନକୁ ଭାରତୀୟ ହାଇ କମିସନର ବିକ୍ରମ ଦୋରାଇସ୍ବାମୀ ଶୁକ୍ରବାର ସ୍କଟଲାଣ୍ଡ ଗ୍ଲାସଗୋରେ ଥିବା ଏକ ଗୁରୁଦ୍ବାର ଯାଇଥିଲେ। କିନ୍ତୁ ତାଙ୍କୁ ଗୁରୁଦ୍ବାରରେ ପୂରାଇ ଦିଆଗଲାନି। ଇନଷ୍ଟାଗ୍ରାମ ଚ୍ୟାନେଲରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଖଲିସ୍ତାନ ସମର୍ଥିତ ସାମାଜିକ କର୍ମୀ ଦୋରାଇସ୍ବାମୀଙ୍କୁ ଗୁରୁଦ୍ବାରରେ ପ୍ରବେଶ କରିବାରୁ ଅଟକାଇଥିଲେ। ଖଲିସ୍ତାନୀ ଆତଙ୍କବାଦୀ ନିଜାର ହତ୍ୟା ଘଟଣାକୁ ନେଇ ଭାରତ ଏବଂ କାନାଡ଼ା ମଧ୍ୟରେ ତୀବ୍ର ବିବାଦ ଲାଗି ରହିଥିବାବେଳେ ଏଭଳି ସମୟରେ […]

Samaya Live Picture
Published On

ନୂଆଦିଲ୍ଲୀ : ବ୍ରିଟେନକୁ ଭାରତୀୟ ହାଇ କମିସନର ବିକ୍ରମ ଦୋରାଇସ୍ବାମୀ ଶୁକ୍ରବାର ସ୍କଟଲାଣ୍ଡ ଗ୍ଲାସଗୋରେ ଥିବା ଏକ ଗୁରୁଦ୍ବାର ଯାଇଥିଲେ। କିନ୍ତୁ ତାଙ୍କୁ ଗୁରୁଦ୍ବାରରେ ପୂରାଇ ଦିଆଗଲାନି। ଇନଷ୍ଟାଗ୍ରାମ ଚ୍ୟାନେଲରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଖଲିସ୍ତାନ ସମର୍ଥିତ ସାମାଜିକ କର୍ମୀ ଦୋରାଇସ୍ବାମୀଙ୍କୁ ଗୁରୁଦ୍ବାରରେ ପ୍ରବେଶ କରିବାରୁ ଅଟକାଇଥିଲେ। ଖଲିସ୍ତାନୀ ଆତଙ୍କବାଦୀ ନିଜାର ହତ୍ୟା ଘଟଣାକୁ ନେଇ ଭାରତ ଏବଂ କାନାଡ଼ା ମଧ୍ୟରେ ତୀବ୍ର ବିବାଦ ଲାଗି ରହିଥିବାବେଳେ ଏଭଳି ସମୟରେ ଏହି ଖବର ଆସିଛି। ଭାରତ ଉକ୍ତ ଘଟଣାର କଡ଼ା ବିରୋଧ କରିଛି ଏବଂ ବ୍ରିଟେନ ବିଦେଶ ଅଫିସରେ ଏନେଇ ପ୍ରତିବାଦ କରିଛି।

Tags: