ବ୍ରିଟେନରେ ଡାନ୍ସ କ୍ଲାସ୍ ଛୁରୀମାଡ଼ ଘଟଣାରେ ୨ ଶିଶୁ ମୃତ, ୯ ଆହତ
ଲଣ୍ଡନ: ଉତ୍ତର-ପଶ୍ଚିମ ଇଂଲଣ୍ଡର ସାଉଥ୍ପୋର୍ଟରେ ସୋମବାର ଦିନ ଜଣେ ନାବାଳକର ଛୁରୀମାଡ଼ରେ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ଛୁରୀମାଡ଼ କରିଥିବା ୧୭ ବର୍ଷୀୟ ନାବାଳକକୁ ପୁଲିସ ଗିରଫ କରି ତା ଠାରୁ ଛୁରି ଜବତ କରିଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ୬ରୁ ୧୧ ବର୍ଷର ପିଲାଙ୍କ ନୃତ୍ୟ ଏବଂ ଯୋଗ କାର୍ଯ୍ୟକ୍ରମରେ ଆକ୍ରମଣ ହେବାପରେ କମ୍ୟୁନିଟି ସେଣ୍ଟରରେ ପିଲାମାନେ ରକ୍ତାକ୍ତ ଅବସ୍ଥାରେ ଏଣେତେଣେ ଦୌଡ଼ିଥିଲେ। ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାର୍ମର […]
ଲଣ୍ଡନ: ଉତ୍ତର-ପଶ୍ଚିମ ଇଂଲଣ୍ଡର ସାଉଥ୍ପୋର୍ଟରେ ସୋମବାର ଦିନ ଜଣେ ନାବାଳକର ଛୁରୀମାଡ଼ରେ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ଛୁରୀମାଡ଼ କରିଥିବା ୧୭ ବର୍ଷୀୟ ନାବାଳକକୁ ପୁଲିସ ଗିରଫ କରି ତା ଠାରୁ ଛୁରି ଜବତ କରିଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ୬ରୁ ୧୧ ବର୍ଷର ପିଲାଙ୍କ ନୃତ୍ୟ ଏବଂ ଯୋଗ କାର୍ଯ୍ୟକ୍ରମରେ ଆକ୍ରମଣ ହେବାପରେ କମ୍ୟୁନିଟି ସେଣ୍ଟରରେ ପିଲାମାନେ ରକ୍ତାକ୍ତ ଅବସ୍ଥାରେ ଏଣେତେଣେ ଦୌଡ଼ିଥିଲେ। ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାର୍ମର ଏଭଳି ଆକ୍ରମଣକୁ ଅତ୍ୟନ୍ତ ଭୟଙ୍କର ଓ ଗଭୀର ଭାବେ ବ୍ୟଥିତ କରିବା ଭଳି ଘଟଣା ବୋଲି କହିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ମିଳି ନଥିଲେ ମଧ୍ୟ ସେ ଆକ୍ରମଣସ୍ଥଳରୁ ପ୍ରାୟ ୮ କିମି ଦୂରରେ ରହୁଥିବା ପୁଲିସ କହିଛି।




