ବ୍ରିଟେନରୁ ଭାରତ ଫେରିବ ଶିବାଜୀଙ୍କ ‘ବାଘ ନଖ’ ଅସ୍ତ୍ର
ନୂଆଦିଲ୍ଲୀ: ଛତ୍ରପତି ଶିବାଜୀ ମହାରାଜ ବ୍ୟବହାର କରିଥିବା ବାଘର ପଂଝା ପରି ସ୍ବତନ୍ତ୍ର ଅସ୍ତ୍ର ‘ବାଘ ନଖ’ ବ୍ରିଟେନରୁ ଭାରତ ଫେରିବ। ବ୍ରିଟେନରେ ଥିବା ଏହି ବାଘ ନଖ ଭାରତ ଫେରିବ ବୋଲି ଆଜି ସ୍ପଷ୍ଟ ହୋଇଛି । ଉକ୍ତ ଅସ୍ତ୍ର ଏବେ ଲଣ୍ଡନର ଭିକ୍ଟୋରିଆ ଆଣ୍ଡ୍ ଆଲବର୍ଟ ମ୍ୟୁଜିୟମରେ ରଖାଯାଇଛି । ଶିବାଜୀ ମହାରାଜ ଏହି ସ୍ବତନ୍ତ୍ର ହତିଆର ପ୍ରୟୋଗ କରି ବିଜାପୁର ସେନାପତି ଅଫଜଲ ଖାନ୍ଙ୍କୁ ନିପାତ କରିଥିଲେ। ଏହି ଅସ୍ତ୍ରରେ ସେ ଅଫଜଲଙ୍କ […]
ନୂଆଦିଲ୍ଲୀ: ଛତ୍ରପତି ଶିବାଜୀ ମହାରାଜ ବ୍ୟବହାର କରିଥିବା ବାଘର ପଂଝା ପରି ସ୍ବତନ୍ତ୍ର ଅସ୍ତ୍ର ‘ବାଘ ନଖ’ ବ୍ରିଟେନରୁ ଭାରତ ଫେରିବ। ବ୍ରିଟେନରେ ଥିବା ଏହି ବାଘ ନଖ ଭାରତ ଫେରିବ ବୋଲି ଆଜି ସ୍ପଷ୍ଟ ହୋଇଛି । ଉକ୍ତ ଅସ୍ତ୍ର ଏବେ ଲଣ୍ଡନର ଭିକ୍ଟୋରିଆ ଆଣ୍ଡ୍ ଆଲବର୍ଟ ମ୍ୟୁଜିୟମରେ ରଖାଯାଇଛି । ଶିବାଜୀ ମହାରାଜ ଏହି ସ୍ବତନ୍ତ୍ର ହତିଆର ପ୍ରୟୋଗ କରି ବିଜାପୁର ସେନାପତି ଅଫଜଲ ଖାନ୍ଙ୍କୁ ନିପାତ କରିଥିଲେ। ଏହି ଅସ୍ତ୍ରରେ ସେ ଅଫଜଲଙ୍କ ପେଟ ଚିରି ଦେଇଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନିର ଜଣେ ଅଧିକାରୀ ଏହି ଅସ୍ତ୍ରକୁ ଭାରତରୁ ବ୍ରିଟେନ୍ ନେଇଯାଇଥିଲେ। ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗତିୱାରଙ୍କ ପ୍ରୟାସରେ ଏହା ଭାରତକୁ ଫେରୁଥିବା ଜଣାପଡ଼ିଛି।




