ବ୍ରିଗେଡ଼ିୟଙ୍କ ମା’ଙ୍କ ସନ୍ଦେହଜନକ ମୃତ୍ୟୁ

ଲକ୍ଷ୍ନୌ: ଲକ୍ଷ୍ନୌ ପୁଲିସ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ରିଗେଡିୟରଙ୍କ ୮୫-ବର୍ଷୀୟା ମା’ଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଉଛନ୍ତି ଜଣେ ଅବସରପ୍ରାପ୍ତ ସୈନିକ ସ୍କୁଲ ଶିକ୍ଷୟିତ୍ରୀ । ତ‌ାଙ୍କ ନାଁ ଡ. ସରୋଜୀନି କପୁର ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ବ୍ରିଗେଡିୟର ଅଖିଳେଶ କପୁରଙ୍କର ପୋଷ୍ଟିଂ ଅନ୍ୟତ୍ର ହୋଇଥିବାବେଳେ ସେଦିନ ରାତିରେ ସେ ତାଙ୍କ ମା’ଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ‌ ସେ ଉଠାଇନଥିଲେ। ସନ୍ଦେହ ହେବାରୁ ସେ ସମ୍ପର୍କୀୟଙ୍କୁ ଫୋନ କରି ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ କହିଥିଲେ। […]

ବ୍ରିଗେଡ଼ିୟଙ୍କ ମା’ଙ୍କ ସନ୍ଦେହଜନକ ମୃତ୍ୟୁ
Samaya Live Picture
Published On

ଲକ୍ଷ୍ନୌ: ଲକ୍ଷ୍ନୌ ପୁଲିସ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ରିଗେଡିୟରଙ୍କ ୮୫-ବର୍ଷୀୟା ମା’ଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଉଛନ୍ତି ଜଣେ ଅବସରପ୍ରାପ୍ତ ସୈନିକ ସ୍କୁଲ ଶିକ୍ଷୟିତ୍ରୀ । ତ‌ାଙ୍କ ନାଁ ଡ. ସରୋଜୀନି କପୁର ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ବ୍ରିଗେଡିୟର ଅଖିଳେଶ କପୁରଙ୍କର ପୋଷ୍ଟିଂ ଅନ୍ୟତ୍ର ହୋଇଥିବାବେଳେ ସେଦିନ ରାତିରେ ସେ ତାଙ୍କ ମା’ଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ‌ ସେ ଉଠାଇନଥିଲେ। ସନ୍ଦେହ ହେବାରୁ ସେ ସମ୍ପର୍କୀୟଙ୍କୁ ଫୋନ କରି ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ କହିଥିଲେ। ଜଣେ ସମ୍ପର୍କୀୟ ଘରକୁ ଆସି ଏହା ଭିତରୁ ବନ୍ଦ ଥିବା ଦେଖି ପୁଲିସକୁ ଜଣାଇଥିଲେ। ପୁଲିସ ଛାତ ବାଟ ଦେଇ ଘରେ ପଶି ସରୋଜୀନିଙ୍କ ମୃତଦେହ ଠାକୁର ଘରେ ପଡ଼ିଥିବା ଦେଖିଥିଲା। ଶବ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋ‌ଇଛି ସେନେଇ ପୁଲିସ ତଦନ୍ତ ଚଳାଇଛି।

Tags: