ବ୍ରିକ୍ସ ବିଜନେସ ଫୋରମ୍‌ରେ ଯୋଗ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାପାଇଁ ଏବେ ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ଗସ୍ତର ପ୍ରଥମ ଦିନରେ ମୋଦୀ ଗତକାଲି ଜୋହାନ୍ସବର୍ଗରେ ବ୍ରିକ୍ସ ବିଜନେସ ଫୋରମ୍‌ରେ ଯୋଗ ଦେଇଛନ୍ତି । ତେବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବେ ଦକ୍ଷିଣ ଆଫ୍ରିକାରେ ଉପସ୍ଥିତ ଥାଇ ବି ବ୍ରିକ୍ସ ବିଜନେସ ଫୋରମରେ ଯୋଗ ଦେଇନାହାନ୍ତି। ଚୀନ୍‌ର ଜ‌ଣେ ମନ୍ତ୍ରୀ ବ୍ରିକ୍ସ ବିଜନେସ ଫୋରମରେ ଯୋଗ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାପାଇଁ ଏବେ ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ଗସ୍ତର ପ୍ରଥମ ଦିନରେ ମୋଦୀ ଗତକାଲି ଜୋହାନ୍ସବର୍ଗରେ ବ୍ରିକ୍ସ ବିଜନେସ ଫୋରମ୍‌ରେ ଯୋଗ ଦେଇଛନ୍ତି । ତେବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବେ ଦକ୍ଷିଣ ଆଫ୍ରିକାରେ ଉପସ୍ଥିତ ଥାଇ ବି ବ୍ରିକ୍ସ ବିଜନେସ ଫୋରମରେ ଯୋଗ ଦେଇନାହାନ୍ତି। ଚୀନ୍‌ର ଜ‌ଣେ ମନ୍ତ୍ରୀ ବ୍ରିକ୍ସ ବିଜନେସ ଫୋରମରେ ଯୋଗ ଦେଇଛନ୍ତି।
ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଦକ୍ଷିଣ ଆଫ୍ରିକାକୁ ଗସ୍ତ କରିଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଭାବେ ବ୍ରିକ୍ସ ସମ୍ମିଳନୀର ଆୟୋଜନ କରୁଛି। କରୋନା ମହାମାରୀ ପାଇଁ ଲଗାତାର ୩ ବର୍ଷ ଧରି ଭର୍ଚୁଆଲ ଭାବେ ବ୍ରିକ୍ସ ସମ୍ମିଳନୀ ହେବାପରେ ଚଳିତ ଥର ବରିଷ୍ଠ ନେତାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ବୈଠକ ହେଉଛି। ମୋଦୀ ଜୋହାନ୍ସବର୍ଗ‌ରେ ୱାଟରକ୍ଲୁଫ୍‌ ବାୟୁସେନା ଘାଟିରେ ପହଞ୍ଚିବାପରେ ତାଙ୍କୁ ଦକ୍ଷିଣ ଆଫ୍ରିକା ଉପରାଷ୍ଟ୍ରପତି ପାଉଲ୍‌ ମାଶାଟାଇଲ ସ୍ବାଗତ କରିଥିଲେ। ମୋଦୀଙ୍କୁ ଭାରତୀୟ ବଂଶୋଦ୍ଭବ ସଦସ୍ୟମାନେ ମଧ୍ୟ ଭବ୍ୟ ସ୍ବାଗତ କରିଛନ୍ତି। ୨ ଜଣ ଭାରତୀୟ ବଂଶୋଦ୍ଭବ ମହିଳା ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମାଫୋସା ଗତକାଲି ମୋଦୀଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିଥିଲେ। ମୋଦୀ ଜୋହାନ୍ସବର୍ଗ ଗସ୍ତରେ ଯିବା ପୂର୍ବରୁ ଏକ ବିବୃତି ରଖି କହିଥିଲେ ଯେ ବିଭିନ୍ନ କ୍ଷେତ୍ରରେ ବ୍ରିକ୍ସ ସହଯୋଗର ଏକ ପ୍ରମୁଖ ମାଧ୍ୟମ ହୋଇଛି। ଗସ୍ତ ଅବସରରେ ମୋଦୀ ବିଭିନ୍ନ ବିଶ୍ବ ନେତାଙ୍କ ସହ କଥାବାର୍ତ୍ତା କରିବେ। ଏହି ଅବସରରେ ମୋଦୀ-ସି ଜିନପିଙ୍ଗ ଦ୍ବିପାକ୍ଷିକ ଆଲୋଚନା ହୋଇପାରେ।

Tags: