ବ୍ରିକ୍ସରେ ନୂଆ ରାଷ୍ଟ୍ରର ଯୋଗଦାନକୁ ଭାରତ ସମର୍ଥନ କରୁଛି : ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସର ମୁଖ୍ୟ ଅଧିବେଶନରେ ଯୋଗ ଦେଇଛନ୍ତି। ୫ ରାଷ୍ଟ୍ର ବ୍ରାଜିଲ, ରୁଷ୍, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାର ସମ୍ମିଳନୀରେ ମୋଦୀ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ବ୍ରିକ୍ସରେ ନୂଆ ରାଷ୍ଟ୍ରର ଯୋଗଦାନକୁ ଭାରତ ସମର୍ଥନ କରୁଛି । ବ୍ରିକ୍ସ ସହଯୋଗୀ ରାଷ୍ଟ୍ରମାନେ କେଉଁ କେଉଁ କ୍ଷେତ୍ରରେ ଏକାଠି କାମ କରିବା ଉଚିତ ସେନେଇ ମୋଦୀ ଆଜି ସୁପାରିସ କରିଛନ୍ତି। ମୋଦୀ ବ୍ରିକ୍ସର ଯାତ୍ରାକୁ ପ୍ରଶଂସା କରିଛନ୍ତି । […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସର ମୁଖ୍ୟ ଅଧିବେଶନରେ ଯୋଗ ଦେଇଛନ୍ତି। ୫ ରାଷ୍ଟ୍ର ବ୍ରାଜିଲ, ରୁଷ୍, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାର ସମ୍ମିଳନୀରେ ମୋଦୀ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ବ୍ରିକ୍ସରେ ନୂଆ ରାଷ୍ଟ୍ରର ଯୋଗଦାନକୁ ଭାରତ ସମର୍ଥନ କରୁଛି । ବ୍ରିକ୍ସ ସହଯୋଗୀ ରାଷ୍ଟ୍ରମାନେ କେଉଁ କେଉଁ କ୍ଷେତ୍ରରେ ଏକାଠି କାମ କରିବା ଉଚିତ ସେନେଇ ମୋଦୀ ଆଜି ସୁପାରିସ କରିଛନ୍ତି। ମୋଦୀ ବ୍ରିକ୍ସର ଯାତ୍ରାକୁ ପ୍ରଶଂସା କରିଛନ୍ତି । ମୋଦୀ କହିଛନ୍ତି, ୨ ଦଶନ୍ଧି ମଧ୍ୟରେ ବ୍ରିକ୍ସ ଅତି ଚମତ୍କାର ଯାତ୍ରା କରିଛି ଏବଂ ଆମେ ଅନେକ ସଫଳତା ହାସଲ କରିଛୁ। ବ୍ରିକ୍ସ ସମ୍ମିଳନୀରେ ଆଜି ବ୍ରାଜିଲ, ରୁଷ୍, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାର ନେତାମାନଙ୍କୁ ଏକାଠି ଗୋଟିଏ ଫଟୋ ନେବାପାଇଁ ଡକାଯାଇଥିଲା। ଏହି ସମୟରେ ମୋଦୀ ମଞ୍ଚ ଉପରେ ଏକ ଛୋଟ ତ୍ରିରଙ୍ଗା ପଡ଼ିଥିବା ଦେଖି ଏହାକୁ ଉଠାଇ ନେଇଥିଲେ। ତ୍ରିରଙ୍ଗାକୁ କେହି ପାଦରେ କୁଦିବା ପୂର୍ବରୁ ମୋଦୀ ଏହାକୁ ଉଠାଇ ନେଇ ନିଜ ପକେଟ୍ରେ ରଖିଥିଲେ। ମୋଦୀଙ୍କୁ ଅନୁସରଣ କରି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ମଧ୍ୟ ତଳେ ପଡ଼ିଥିବା ଦକ୍ଷିଣ ଆଫ୍ରିକାର ଜାତୀୟ ପତାକାକୁ ଉଠାଇ ନେଇଥିଲେ।




