ବୈଜ୍ଞାନିକଙ୍କୁ ଅଭିନନ୍ଦନ, ପରବର୍ତ୍ତୀ ମିସନ୍ ଆଦିଦ୍ୟ ଏଲ୍୧: ସୋମନାଥ
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ -୩ର ସଫଳ ଅବତରଣ ପରେ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ଅଧ୍ୟକ୍ଷ ଏସ୍ ସୋମନାଥ ଏହି ମିସନ୍ର ବୈଜ୍ଞାନିକ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏସ୍ ସୋମନାଥ କହିଛନ୍ତି, ସଫଳ ଅବତରଣ ପରେ ଲାଣ୍ଡରରୁ ରୋଭର ପ୍ରଜ୍ଞା ବାହାରି ଆସିଛି ଏବଂ ଆଗାମୀ ୧୪ ଦିନ ଅତ୍ୟନ୍ତ ଉତ୍ସାହଜନକ ରହିବ। ଏହା ସ୍ବର୍ଣ୍ଣିମ ଯୁଗର ଆରମ୍ଭ। ଚନ୍ଦ୍ରଯାନ-୧ରୁ ଭାରତର ଚନ୍ଦ୍ର ଅଭିଯାନ ଆରମ୍ଭ ହୋଇଛି ଏବଂ ଚନ୍ଦ୍ରଯାନ-୩ ପରେ ବି ଏହା ଜାରି […]
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ -୩ର ସଫଳ ଅବତରଣ ପରେ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ଅଧ୍ୟକ୍ଷ ଏସ୍ ସୋମନାଥ ଏହି ମିସନ୍ର ବୈଜ୍ଞାନିକ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏସ୍ ସୋମନାଥ କହିଛନ୍ତି, ସଫଳ ଅବତରଣ ପରେ ଲାଣ୍ଡରରୁ ରୋଭର ପ୍ରଜ୍ଞା ବାହାରି ଆସିଛି ଏବଂ ଆଗାମୀ ୧୪ ଦିନ ଅତ୍ୟନ୍ତ ଉତ୍ସାହଜନକ ରହିବ। ଏହା ସ୍ବର୍ଣ୍ଣିମ ଯୁଗର ଆରମ୍ଭ। ଚନ୍ଦ୍ରଯାନ-୧ରୁ ଭାରତର ଚନ୍ଦ୍ର ଅଭିଯାନ ଆରମ୍ଭ ହୋଇଛି ଏବଂ ଚନ୍ଦ୍ରଯାନ-୩ ପରେ ବି ଏହା ଜାରି ରହିବ। ଚନ୍ଦ୍ରଯାନ-୩ର ସବୁଠୁ ଜଟିଳ ସମୟ ଥିଲା ଏହାର ଉତ୍କ୍ଷେପଣ। କିନ୍ତୁ ଚନ୍ଦ୍ରଯାନ-୩କୁ ସମଗ୍ର ବିଶ୍ବର ଗ୍ରାଉଣ୍ଡ୍ ଷ୍ଟେସନ୍ରୁ ସମର୍ଥନ ମିଳିଛି। କେବଳ ଭାରତୀୟ ମହାକାଶ ସଂସ୍ଥା ହିଁ ଏତେ କମ୍ ଖର୍ଚ୍ଚରେ ଏହି ମିସନ୍ ସମ୍ପାଦନ କରିପାରିବ। ଇସ୍ରୋ ପାଇଁ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଆଦିତ୍ୟ ଏଲ୍୧। ଆସନ୍ତାମାସ ଏହା ଲଞ୍ଚ୍ ହେବ ବୋଲି ସୋମନାଥ କହିଛନ୍ତି। ଆଦିତ୍ୟ ଏଲ୍୧ ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ। ଚନ୍ଦ୍ରଯାନ-୩ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାରୁ ଫୋନ୍ କରି ଏସ୍ ସୋମନାଥଙ୍କୁ ଅଭିନନ୍ଦନ ଜଣାଇଛନ୍ତି।




