ବେଲୁଚିସ୍ଥାନରେ ଆତଙ୍କବାଦୀ ଆକ୍ରମଣ: ୭ ଶ୍ରମିକ ମୃତ, ୨୦ ଅପହୃତ

ଇସ୍‌ଲାମାବାଦ: ବେଲୁଚିସ୍ଥାନରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଟି ସ୍ଥାନରେ ଆକ୍ରମଣ କରି ୭ ଶ୍ରମିକଙ୍କୁ ଗୁଳି ମାରି ହତ୍ୟା କରିଥିବା ବେଳେ ୨୦ଜଣଙ୍କୁ ଅପହରଣ କରିନେଇଛନ୍ତି। ଶନିବାର ଓ ରବିବାର ପଞ୍ଜଗୁରୁ ଓ ମୁସାଖାଇଲ୍‌ ଜିଲ୍ଲାରେ ଆତଙ୍କବାଦୀମାନେ ଆକ୍ରମଣ କରଥିଲ। ପଞ୍ଜଗୁରୁ ଘଟଣାରେ, ଆତଙ୍କବାଦୀମାନେ ମୋଟରସାଇକଲରେ ଆସି ଶ୍ରମିକମାନେ ରହୁଥିବା ଘର ଉପରକୁ ଆଖିବୁଜା ଗୁଳି ଚାଳଇଥିଲେ। ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ୭ଜଣଙ୍କ ମୃତ୍ୟୁ ଘଟିଥିଲା। ରବିବାର ମୁସାଖାଇଲ୍‌ର […]

Samaya Live Picture
Published On

ଇସ୍‌ଲାମାବାଦ: ବେଲୁଚିସ୍ଥାନରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଟି ସ୍ଥାନରେ ଆକ୍ରମଣ କରି ୭ ଶ୍ରମିକଙ୍କୁ ଗୁଳି ମାରି ହତ୍ୟା କରିଥିବା ବେଳେ ୨୦ଜଣଙ୍କୁ ଅପହରଣ କରିନେଇଛନ୍ତି। ଶନିବାର ଓ ରବିବାର ପଞ୍ଜଗୁରୁ ଓ ମୁସାଖାଇଲ୍‌ ଜିଲ୍ଲାରେ ଆତଙ୍କବାଦୀମାନେ ଆକ୍ରମଣ କରଥିଲ। ପଞ୍ଜଗୁରୁ ଘଟଣାରେ, ଆତଙ୍କବାଦୀମାନେ ମୋଟରସାଇକଲରେ ଆସି ଶ୍ରମିକମାନେ ରହୁଥିବା ଘର ଉପରକୁ ଆଖିବୁଜା ଗୁଳି ଚାଳଇଥିଲେ। ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ୭ଜଣଙ୍କ ମୃତ୍ୟୁ ଘଟିଥିଲା। ରବିବାର ମୁସାଖାଇଲ୍‌ର ଏକ ଗ୍ୟାସ୍‌ ଓ ତେଲ ଖଣି କମ୍ପାନୀ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରଥିଲେ। କମ୍ପାନୀର ଅନେକ ଯନ୍ତ୍ରପାତି ଭାଙ୍ଗିଦେଇଥିବା ବେଳେ ୨୦ଜଣ ଶ୍ରମିକଙ୍କୁ ଅପହରଣ କରିନେଇଥିଲେ। ସ୍ଥାନୀୟ ପୁଲିସ ଅଧିକାରୀ ଧୀରାଜ କାଲରା କହିଛନ୍ତି, ସମସ୍ତ ମୃତାହତ ଓ ଅପହୃତ ଶ୍ରମିକମାନେ ପୂର୍ବ ପଞ୍ଜାବ ଅଞ୍ଚଳର। ଅପହୃତ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଏକ ଖୋଜ ଅଭିଯାନ ଆରମ୍ଭ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍‌ ସରିଫ୍‌ ଘଟଣାର ତୀବ୍ର ନିନ୍ଦା କରିବା ସହ ଆତଙ୍କବାଦୀଙ୍କ ନିପାତ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।

Tags: