ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୧୪ ପାକ୍ ସୈନିକ ନିହତ
ବେଲୁଚିସ୍ତାନ : ପାକିସ୍ତାନର ଦକ୍ଷିଣ-ପଶ୍ଚିମ ପ୍ରଦେଶ ବେଲୁଚିସ୍ତାନରେ ସୁରକ୍ଷା ବାହିନୀର ଦୁଇଟି ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୧୪ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ୨୦୨୨ ନଭେମ୍ବରରେ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଶେଷ ହେବା ପରେ ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀମାନେ ସେମାନଙ୍କ ଆକ୍ରମଣକୁ ଜୋରଦାର କରିଛନ୍ତି। ପାକ୍ ସେନା ପକ୍ଷରୁ ଜାରି ବିବୃତି ଅନୁଯାୟୀ, ସୈନିକଙ୍କୁ ନେଇ ପାସନିରୁ ଗ୍ୱାଦର ଜିଲ୍ଲାର ଓରମାରା ଅଞ୍ଚଳକୁ […]
ବେଲୁଚିସ୍ତାନ : ପାକିସ୍ତାନର ଦକ୍ଷିଣ-ପଶ୍ଚିମ ପ୍ରଦେଶ ବେଲୁଚିସ୍ତାନରେ ସୁରକ୍ଷା ବାହିନୀର ଦୁଇଟି ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୧୪ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ୨୦୨୨ ନଭେମ୍ବରରେ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଶେଷ ହେବା ପରେ ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀମାନେ ସେମାନଙ୍କ ଆକ୍ରମଣକୁ ଜୋରଦାର କରିଛନ୍ତି। ପାକ୍ ସେନା ପକ୍ଷରୁ ଜାରି ବିବୃତି ଅନୁଯାୟୀ, ସୈନିକଙ୍କୁ ନେଇ ପାସନିରୁ ଗ୍ୱାଦର ଜିଲ୍ଲାର ଓରମାରା ଅଞ୍ଚଳକୁ ଯାଉଥିବା ଦୁଇଟି ଗାଡ଼ି ଉପରେ ଆତଙ୍କବାଦୀମାନେ ଲୁଚିରହି ଆକ୍ରମଣ କରିଥିଲେ। ଉକ୍ତ ଅଞ୍ଚଳରେ ସାନିଟାଇଜେସନ୍ ଅପରେସନ୍ ଚାଲିଛି ଏବଂ ଏହି ଆକ୍ରମଣର ଦୋଷୀମାନଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିବୃତିରେ କୁହାଯାଇଛି। ସାମରିକ ଗଣମାଧ୍ୟମ ଶାଖା ପକ୍ଷରୁ ଅଧିକ ବିବରଣୀ ଦିଆଯାଇ ନାହିଁ।




