ବେଲଜିୟମ, ସ୍ବିଡେନ, ଦକ୍ଷିଣ ଆଫ୍ରିକା ପରେ ଭାରତରେ ଆରମ୍ଭ ହେବ ‘ଏକ ଦେଶ, ଏକ ନିର୍ବାଚନ’
ନୂଆଦିଲ୍ଲୀ: ଦେଶରେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକସଂଗରେ କରିବା ପାଇଁ ନରେନ୍ଦ୍ର ମୋଦୀ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ‘ଏକ ଦେଶ, ଏକ ନିର୍ବାଚନ’ ସମ୍ଭାବନା ସଂକ୍ରାନ୍ତରେ ସମସ୍ତ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ଦେବାପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି। କମିଟିର ଉଦ୍ଦେଶ୍ୟ ହେଉଛି ‘ଏକ ଦେଶ,ଏକ ନିର୍ବାଚନ’ର ଅବଧାରଣକୁ ଲାଗୁ କରିବା ସଂଭାବନାକୁ ନେଇ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା। କିନ୍ତୁ […]
ନୂଆଦିଲ୍ଲୀ: ଦେଶରେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକସଂଗରେ କରିବା ପାଇଁ ନରେନ୍ଦ୍ର ମୋଦୀ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ‘ଏକ ଦେଶ, ଏକ ନିର୍ବାଚନ’ ସମ୍ଭାବନା ସଂକ୍ରାନ୍ତରେ ସମସ୍ତ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ଦେବାପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି। କମିଟିର ଉଦ୍ଦେଶ୍ୟ ହେଉଛି ‘ଏକ ଦେଶ,ଏକ ନିର୍ବାଚନ’ର ଅବଧାରଣକୁ ଲାଗୁ କରିବା ସଂଭାବନାକୁ ନେଇ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା। କିନ୍ତୁ ବିରୋଧୀ ଦଳମାନେ ସରକାରଙ୍କ ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି ଏବଂ ଏହା ବର୍ତ୍ତମାନ ପରିପ୍ରେକ୍ଷୀରେ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କହିଛନ୍ତି। ଏହାଦ୍ବାରା ସରକାର ବିରୋଧୀ ଦଳମାନଙ୍କୁ ଶେଷ କରିଦେବା ପାଇଁ ଯୋଜନା କରୁଛନ୍ତି ବୋଲି ଇଣ୍ଡିଆ ମେଣ୍ଟ ନେତାମାନେ କହିଛନ୍ତି।
ସେପ୍ଟେମ୍ବର ୧୮ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯିବାର ଗୋଟିଏ ଦିନ ପରେ ସରକାର ‘ଏକ ଦେଶ, ଏକ ନିର୍ବାଚନ’ ଦିଗରେ ପଦକ୍ଷେପ ଗ୍ରହଣ ସ୍ବରୂପ କମିଟି ଗଠନ କରିଛନ୍ତି। ତେବେ ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନ ନେଇ କୌଣସି ଏଜେଣ୍ଡା ଘୋଷଣା କରିନାହାନ୍ତି। ତେବେ ଭାରତରେ ଯଦି ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଲାଗୁ ହୁଏ ତେବେ ଏହା ଚତୁର୍ଥ ରାଷ୍ଟ୍ର ଭାବେ ଏହି ଏକ ରାଷ୍ଟ୍ର ଏକ ନିର୍ବାଚନ ତାଲିକାରେ ସାମିଲ ହେବ। ଅନ୍ୟ ୩ ରାଷ୍ଟ୍ର ବେଲଜିୟମ, ସ୍ବିଡେନ ଏବଂ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଏକ ସମୟରେ ନିର୍ବାଚନ ହେଉଛି। ସ୍ବିଡେନ ପ୍ରତି ୪ ବର୍ଷରେ ଥରେ ସାଧାରଣ ନିର୍ବାଚନ ସହ ପୌର ନିର୍ବାଚନ କରୁଛି। କିନ୍ତୁ ଏସମ୍ପର୍କରେ କେହି ପ୍ରାୟ ଅବଗତ ନାହାନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ସ୍ବିଡେନରେ ଏ ସମସ୍ତ ନିର୍ବାଚନ ଗୋଟିଏ ଦିନରେ ହେଉଛି।




