ବେଡ୍ ଉପରୁ ଖସି ପଡ଼ିଲେ ୧୬୦ କିଲୋ ଓଜନର ଥାନେ ମହିଳା, ଉଠାଇବାପାଇଁ ପୌର ସଂସ୍ଥାର ଟିମ୍ ପହଞ୍ଚିଲେ
ନୂଆଦିଲ୍ଲୀ : ଥାନେର ଜଣେ ମହିଳା ଖଟ ଉପରୁ ତଳକୁ ପଡ଼ିଗଲେ। ମହିଳା ଜଣଙ୍କ ଅସୁସ୍ଥ । ସେ ଚଲାବୁଲା କରିପାରୁନାହାନ୍ତି। ଖଟ ଉପରେ ହିଁ ଶୋଇ ରହୁଛନ୍ତି। ତେବେ ସେ ଖଟ ଉପରୁ ତଳକୁ ପଡ଼ିଯିବାପରେ ତାଙ୍କ ପରିବାର ଲୋକ ତାଙ୍କୁ ଉଠାଇବାକୁ ଚେଷ୍ଟା କରି ଫେଲ୍ ମାରିଲେ। କାରଣ ମହିଳାଙ୍କ ଓଜନ ହେଉଛି ୧୬୦ କିଲୋ। ସେ ନିଜେ ନିଜେ ତଳୁ ଉପରକୁ ଉଠି ପାରିବେନି କି ପରିବାର ଲୋକ ବି ଚେଷ୍ଟା କରି […]
ନୂଆଦିଲ୍ଲୀ : ଥାନେର ଜଣେ ମହିଳା ଖଟ ଉପରୁ ତଳକୁ ପଡ଼ିଗଲେ। ମହିଳା ଜଣଙ୍କ ଅସୁସ୍ଥ । ସେ ଚଲାବୁଲା କରିପାରୁନାହାନ୍ତି। ଖଟ ଉପରେ ହିଁ ଶୋଇ ରହୁଛନ୍ତି। ତେବେ ସେ ଖଟ ଉପରୁ ତଳକୁ ପଡ଼ିଯିବାପରେ ତାଙ୍କ ପରିବାର ଲୋକ ତାଙ୍କୁ ଉଠାଇବାକୁ ଚେଷ୍ଟା କରି ଫେଲ୍ ମାରିଲେ। କାରଣ ମହିଳାଙ୍କ ଓଜନ ହେଉଛି ୧୬୦ କିଲୋ। ସେ ନିଜେ ନିଜେ ତଳୁ ଉପରକୁ ଉଠି ପାରିବେନି କି ପରିବାର ଲୋକ ବି ଚେଷ୍ଟା କରି ତାଙ୍କୁ ପୁଣିଥରେ ଖଟ ଉପରକୁ ଉଠାଇ ପାରିଲେନି। ଶେଷରେ ପରିବାର ସଦସ୍ୟ ତାଙ୍କୁ ଉଠାଇବାପାଇଁ ଥାନେ ପୌର ସଂସ୍ଥାର ସହଯୋଗ ଲୋଡ଼ିଲେ। ସେମାନେ ଅଗ୍ନିଶମ ବିଭାଗକୁ ଫୋନ୍ କଲେ ବୋଲି ଥାନେ ପୌର ସଂସ୍ଥାର ଜଣେ ଅଧିକାରୀ ୟାସିନ ତଦଭି କହିଛନ୍ତି। ଏହାପରେ ଆରଡିଏମ୍ସି (ଆଞ୍ଚଳିକ ବିପର୍ଯ୍ୟୟ ପରିଚାଳନା କକ୍ଷ)ର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ମହିଳାଙ୍କୁ ତାଙ୍କ ବେଡ୍ ଉପରକୁ ଉଠିଥିଲେ। ଏହା ଏକ ଅସାଧାରଣ କଲ୍ ଥିଲା ବୋଲି ୟାସିନ କହିଛନ୍ତି।




