ବେଜିଂରେ ଭାରତ-ଚୀନ କୂଟନୈତିକ ଆଲୋଚନା
ନୂଆଦିଲ୍ଲୀ: ବେଜିଂରେ ଭାରତ-ଚୀନ୍ କୂଟନୈତିକ ଉଚ୍ଚାଧିକାରୀଙ୍କ ମଧ୍ୟରେ ସୀମା ପ୍ରସଙ୍ଗରେ ଆଲୋଚନା ହୋଇଛି। ବୈଠକ ସଫଳ ହୋଇଛି ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ବୈଠକରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ (ପୂର୍ବ ଏସିଆ) ଗୌରଗଙ୍ଗାଲାଲ ଦାସ ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ। ସେହିଭଳି ଚୀନ ବିଦେଶ ବ୍ୟାପାର ମନ୍ତ୍ରଣାଳୟର ସୀମା ଓ ସାମୁଦ୍ରିକ ବ୍ୟାପାର ବିଭାଗର ମହାନିର୍ଦ୍ଦେଶକ ହୋଙ୍ଗ୍ ଲିଆଙ୍ଗ୍ ଚୀନ ପକ୍ଷର ନେତୃତ୍ବ ନେଇଥିଲେ। ବୈଠକ ସମ୍ପର୍କରେ […]
ନୂଆଦିଲ୍ଲୀ: ବେଜିଂରେ ଭାରତ-ଚୀନ୍ କୂଟନୈତିକ ଉଚ୍ଚାଧିକାରୀଙ୍କ ମଧ୍ୟରେ ସୀମା ପ୍ରସଙ୍ଗରେ ଆଲୋଚନା ହୋଇଛି। ବୈଠକ ସଫଳ ହୋଇଛି ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ବୈଠକରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ (ପୂର୍ବ ଏସିଆ) ଗୌରଗଙ୍ଗାଲାଲ ଦାସ ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ। ସେହିଭଳି ଚୀନ ବିଦେଶ ବ୍ୟାପାର ମନ୍ତ୍ରଣାଳୟର ସୀମା ଓ ସାମୁଦ୍ରିକ ବ୍ୟାପାର ବିଭାଗର ମହାନିର୍ଦ୍ଦେଶକ ହୋଙ୍ଗ୍ ଲିଆଙ୍ଗ୍ ଚୀନ ପକ୍ଷର ନେତୃତ୍ବ ନେଇଥିଲେ। ବୈଠକ ସମ୍ପର୍କରେ ସୂଚନା ଦେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଲୋଚନା ଫଳପ୍ରଦ ହୋଇଛି ବୋଲି କୁହାଯାଇଛି। ଜାରି ହୋଇଥିବା ପ୍ରେସ୍ ବିବୃତି ଅନୁଯାୟୀ ଉଭୟ ପକ୍ଷ ପ୍ରାସଙ୍ଗିକ କୂଟନୈତିକ ସଂପର୍କ ଓ ସକାରାତ୍ମକ ପଦକ୍ଷେପ ନିମନ୍ତେ ସହମତି ପ୍ରକାଶ କରିଛନ୍ତି। ଏହାବ୍ୟତୀତ ସୀମାପାର ସହଯୋଗ ଓ ନିରନ୍ତର ସଂପର୍କ ନିମନ୍ତେ ଉଭୟ ପକ୍ଷ ମତ ରଖିଛନ୍ତି। ଏହା ବ୍ୟତୀତ ଡିସେମ୍ବର ୨୦୨୪ରେ ବେଜିଂରେ ହୋଇଥିବା ଭାରତ-ଚୀନ ସୀମା ପ୍ରସଙ୍ଗଭିତ୍ତିକ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟନ୍ବୟନ ସମ୍ପର୍କରେ ତଥ୍ୟ ଆଦାନପ୍ରଦାନ ହୋଇଥିଲା।




