ବେଜିଂରେ ଇସ୍ରାଏଲ ଦୂତାବାସ କର୍ମଚାରୀଙ୍କୁ ଛୁରୀ ମାଡ଼
ନୂଆଦିଲ୍ଲୀ : ଚୀନ୍ ରାଜଧାନୀ ବେଜିଂରେ ଆଜି ଇସ୍ରାଏଲର ଜଣେ ଦୂତାବାସ କର୍ମଚାରୀଙ୍କୁ ଛୁରୀମାଡ଼ ହୋଇଛି। ଏହି ଆକ୍ରମଣର ସ୍ପଷ୍ଟ କାରଣ କ’ଣ ଜଣାପଡ଼ିନି। କିନ୍ତୁ ହମାସ୍ ଆକ୍ରମଣ ବିରୋଧରେ ଚୀନ୍ର ଟିପ୍ପଣୀକୁ ଇସ୍ରାଏଲ ସମାଲୋଚନା କରିବାପରେ ଇସ୍ରାଏଲର ଦୂତାବାସ କର୍ମଚାରୀଙ୍କ ଉପରେ ଏଭଳି ଆକ୍ରମଣ ହୋଇଛି। ଆହତ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ କେହି ବି ଉକ୍ତ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ଦୂତାବାସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଇସ୍ରାଏଲ […]
ନୂଆଦିଲ୍ଲୀ : ଚୀନ୍ ରାଜଧାନୀ ବେଜିଂରେ ଆଜି ଇସ୍ରାଏଲର ଜଣେ ଦୂତାବାସ କର୍ମଚାରୀଙ୍କୁ ଛୁରୀମାଡ଼ ହୋଇଛି। ଏହି ଆକ୍ରମଣର ସ୍ପଷ୍ଟ କାରଣ କ’ଣ ଜଣାପଡ଼ିନି। କିନ୍ତୁ ହମାସ୍ ଆକ୍ରମଣ ବିରୋଧରେ ଚୀନ୍ର ଟିପ୍ପଣୀକୁ ଇସ୍ରାଏଲ ସମାଲୋଚନା କରିବାପରେ ଇସ୍ରାଏଲର ଦୂତାବାସ କର୍ମଚାରୀଙ୍କ ଉପରେ ଏଭଳି ଆକ୍ରମଣ ହୋଇଛି। ଆହତ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ କେହି ବି ଉକ୍ତ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ଦୂତାବାସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଇସ୍ରାଏଲ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆକ୍ରମଣ ଦୂତାବାସ ପରିସରରେ ହୋଇନାହିଁ। ବେଜିଂର ଏକ ରାସ୍ତାରେ ଏହି ଆକ୍ରମଣ ହୋଇଛି ଏବଂ ଆକ୍ରମଣ ପାଇଁ କେହି ବି ନିଜକୁ ଦାୟୀ କରିନାହାନ୍ତି। ଇସ୍ରାଏଲୀ ଅଧିକାରୀମାନେ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ ବେଜିଂ ସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କିନ୍ତୁ ଚୀନ୍ ଉକ୍ତ ପ୍ରସଙ୍ଗରେ କୌଣସି ଟିପ୍ପଣୀ ରଖିନାହିଁ।




