ବେଙ୍ଗାଲୁରୁ-ହାଇଦ୍ରାବାଦ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୨ ମୃତ
ନୂଆଦିଲ୍ଲୀ : କର୍ଣ୍ଣାଟକର ଚିକ୍କବଲ୍ଲାପୁର ଜିଲ୍ଲାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ବେଙ୍ଗାଲୁରୁ-ହାଇଦ୍ରାବାଦ ଜାତୀୟ ରାଜପଥ ୪୪ରେ ଆଜି ସକାଳ ୭.୧୫ ସମୟରେ ଏହି ଦୁର୍ଘଟଣା ହୋଇଛି। ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଟ୍ରକ୍ ଉପରେ ଏକ ସୁମୋ କାର୍ ମାଡ଼ିଯିବା ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଜଣେ ଆହତଙ୍କୁ ଏବେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Tags: