ବେଙ୍ଗାଲୁରୁ ବ୍ୟବସାୟୀ ଏବଂ ପୁଅକୁ ଆନ୍ଧ୍ରରେ ହତ୍ୟା

‌ହାଇଦ୍ରାବାଦ: ବେଙ୍ଗାଲୁରୁର ଜଣେ ବ୍ୟବସାୟୀ ଏବଂ ତାଙ୍କ ପୁଅ ଯିଏ କି ବିଜେପି ଯୁବ ଶାଖାର ଜଣେ ସଦସ୍ୟ ଉଭୟଙ୍କୁ ଅପହରଣ କରି ଆନ୍ଧ୍ରପ୍ରଦେଶରେ ହତ୍ୟା କରାଯାଇଛି। ବୀରସ୍ବାମୀ ରେଡ୍ଡି ଏବଂ ତାଙ୍କ ପୁଅ ପ୍ରଶାନ୍ତ ରେଡ୍ଡି ବେଙ୍ଗାଲୁରୁର କାଡ଼ୁଗୋଡ଼ି ବାସିନ୍ଦା। ସେମାନେ ଏକ ଚେକ୍‌ ବାଉନ୍ସ ମାମଲାର କୋର୍ଟ ଶୁଣାଣି ପାଇଁ ଆନ୍ଧ୍ରପ୍ରଦେଶର ପାଲନାଡ଼ୁ ଜିଲ୍ଲାକୁ ଯାଇଥିଲେ। ତେବେ ମଙ୍ଗଳବାର ନରସରାଓପେଟ୍‌ର ଜିଲ୍ଲା କୋର୍ଟ ନିକଟରେ ସେମାନଙ୍କୁ ଅପହରଣ କରିନେଇ ହତ୍ୟା କରାଯାଇଛି। ସ୍ଥାନୀୟ ପୁଲିସ […]

ବେଙ୍ଗାଲୁରୁ ବ୍ୟବସାୟୀ ଏବଂ ପୁଅକୁ ଆନ୍ଧ୍ରରେ ହତ୍ୟା
Samaya Live Picture
Published On

‌ହାଇଦ୍ରାବାଦ: ବେଙ୍ଗାଲୁରୁର ଜଣେ ବ୍ୟବସାୟୀ ଏବଂ ତାଙ୍କ ପୁଅ ଯିଏ କି ବିଜେପି ଯୁବ ଶାଖାର ଜଣେ ସଦସ୍ୟ ଉଭୟଙ୍କୁ ଅପହରଣ କରି ଆନ୍ଧ୍ରପ୍ରଦେଶରେ ହତ୍ୟା କରାଯାଇଛି। ବୀରସ୍ବାମୀ ରେଡ୍ଡି ଏବଂ ତାଙ୍କ ପୁଅ ପ୍ରଶାନ୍ତ ରେଡ୍ଡି ବେଙ୍ଗାଲୁରୁର କାଡ଼ୁଗୋଡ଼ି ବାସିନ୍ଦା। ସେମାନେ ଏକ ଚେକ୍‌ ବାଉନ୍ସ ମାମଲାର କୋର୍ଟ ଶୁଣାଣି ପାଇଁ ଆନ୍ଧ୍ରପ୍ରଦେଶର ପାଲନାଡ଼ୁ ଜିଲ୍ଲାକୁ ଯାଇଥିଲେ। ତେବେ ମଙ୍ଗଳବାର ନରସରାଓପେଟ୍‌ର ଜିଲ୍ଲା କୋର୍ଟ ନିକଟରେ ସେମାନଙ୍କୁ ଅପହରଣ କରିନେଇ ହତ୍ୟା କରାଯାଇଛି। ସ୍ଥାନୀୟ ପୁଲିସ ସୂଚନା‌ନୁଯାୟୀ ବ୍ୟବସାୟୀ ଏବଂ ତାଙ୍କ ପୁଅଙ୍କୁ କୋର୍ଟ ପରିସର ନିକଟରୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ ଏବଂ ସେମାନଙ୍କ ଗଳାକାଟି ହତ୍ୟା କରିଥିଲେ। ପ‌ଡ଼ୋଶୀ ବାପତଲା ଜିଲ୍ଲାର ସନ୍ଥମଗୁଲୁରୁ ନିକଟରେ ପରେ ସେମାନଙ୍କ ମୃତଦେହ ମିଳିଛି। ପ୍ରଶାନ୍ତ ରେଡ୍ଡି ହେଉଛନ୍ତି ବିଜେପି ଯୁବ ଶାଖାର ଜଣେ ସକ୍ରିୟ ସଦସ୍ୟ। ଏହି ହତ୍ୟା ଘଟଣାରୁ ଜଣାପଡ଼ୁଛି ଯେ ଏହା ପୂର୍ବ ପ୍ରାୟୋଜିତ। ଉଭୟ ପାଲ୍‌ନାଡ଼ୁ ଏବଂ ବାପତଲା ଜିଲ୍ଲାରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: