ବେଙ୍ଗାଲୁରୁ ବୀରଭଦ୍ରନଗର ନିକଟରେ ଅଗ୍ନିକାଣ୍ଡ, ୨୦ରୁ ଅଧିକ ବସ୍ ଜଳିଗଲା
ବେଙ୍ଗାଲୁର,୩୦/୧୦ : ବେଙ୍ଗାଲୁରୁ ବୀରଭଦ୍ରନଗର ନିକଟରେ ଆଜି ଏକ ବସ୍ଷ୍ଟାଣ୍ଡ୍ରେ ଅଗ୍ନିକାଣ୍ଡ ହେବା ଫଳରେ ୨୦ରୁ ଅଧିକ ବସ୍ ଜଳି ଯାଇଛି। ଖବର ପାଇ ସଙ୍ଗେସଙ୍ଗେ ୫ ଅଗ୍ନି ନିର୍ବାପକ ଦଳ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଏଯାବତ ଜଣାପଡ଼ିନି। କିନ୍ତୁ ନିକଟସ୍ଥ ଏକ ଗ୍ୟାରେଜ୍ରେ ପ୍ରଥମେ ନିଆଁ ଲାଗି ଏହା ବସ୍ ଷ୍ଟାଣ୍ଡ୍କୁ ବ୍ୟାପିଥିବା କୁହାଯାଉଛି। ଅଗ୍ନିକାଣ୍ଡ ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।