ବେଙ୍ଗାଲୁରୁ ବିରୋଧୀ ବୈଠକରେ ଯୋଗ ଦେବେ ସୋନିଆ
ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଆସନ୍ତା ଜୁଲାଇ ୧୭-୧୮ରେ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ବୈଠକରେ ଯୋଗ ଦେବେ। ବୈଠକ ପାଇଁ ୨୪ ବିରୋଧୀ ନଳ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରଥମ ବିରୋଧୀ ବୈଠକ ପାଟନାରେ ହୋଇ ସାରିଛି। ୟୁପିଏ ସଭାପତି ସୋନିଆଙ୍କ ଉପସ୍ଥିତି ପାଇଁ ଆଗାମୀ ବିରୋଧୀ ବୈଠକକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ମିଳିଥିବା ସୂଚନାନୁଯାୟୀ ୨୪ ବିରୋଧୀ ଦଳ ନେତା ଜୁଲାଇ ୧୭ରେ ପ୍ରଥମେ ଏକ ଅନୌପଚାରିକ ବୈଠକ କରିବେ। […]
ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଆସନ୍ତା ଜୁଲାଇ ୧୭-୧୮ରେ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ବୈଠକରେ ଯୋଗ ଦେବେ। ବୈଠକ ପାଇଁ ୨୪ ବିରୋଧୀ ନଳ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରଥମ ବିରୋଧୀ ବୈଠକ ପାଟନାରେ ହୋଇ ସାରିଛି। ୟୁପିଏ ସଭାପତି ସୋନିଆଙ୍କ ଉପସ୍ଥିତି ପାଇଁ ଆଗାମୀ ବିରୋଧୀ ବୈଠକକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ମିଳିଥିବା ସୂଚନାନୁଯାୟୀ ୨୪ ବିରୋଧୀ ଦଳ ନେତା ଜୁଲାଇ ୧୭ରେ ପ୍ରଥମେ ଏକ ଅନୌପଚାରିକ ବୈଠକ କରିବେ। ଏହାପରେ ପରବର୍ତ୍ତୀ ଦିନ ଔପଚାରିକ ବୈଠକ ଅଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟୀ ବିରୋଧୀ ନେତାମାନଙ୍କ ପାଇଁ ଏକ ନୈଶ ଭୋଜନର ଆୟୋଜନ କରିଛନ୍ତି।




