ବେଙ୍ଗାଲୁରୁ ବନ୍ଦ, ୧୦୦୦ରୁ ଅଧିକ ଅଟକ
ବେଙ୍ଗାଲୁରୁ : କର୍ଣ୍ଣାଟକ ଦ୍ବାରା ତାମିଲନାଡ଼ୁକୁ କାବେରୀ ଜଳ ଛାଡ଼ିବାକୁ ବିରୋଧ କରି ଆଜି କୃଷକ ସଂଗଠନ ‘କର୍ଣ୍ଣାଟକ ଜନ ସଂରକ୍ଷଣ ସମିତି’ ଏବଂ ଅନ୍ୟ ଅନୁଷ୍ଠାନ ଦ୍ବାରା ବେଙ୍ଗାଲୁରୁରେ ବନ୍ଦ ପାଳନ ହୋଇଛି। ବେଙ୍ଗାଲୁରୁ ପୁଲିସ କମିସନର ବି ଦୟାନନ୍ଦ କହିଛନ୍ତି, ସହରରେ ୧୪୪ ଜାରି ହୋଇଛି। ୧୦୦୦ରୁ ଅଧିକ ଲୋକ ଅଟକ ରହିଛନ୍ତି। ସହରରେ ବନ୍ଦ ପାଳନ ପାଇଁ କୌଣସି ଅନୁମତି ନଥିବାରୁ ବନ୍ଦ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ବୋଲି ଦୟାନନ୍ଦ […]
ବେଙ୍ଗାଲୁରୁ : କର୍ଣ୍ଣାଟକ ଦ୍ବାରା ତାମିଲନାଡ଼ୁକୁ କାବେରୀ ଜଳ ଛାଡ଼ିବାକୁ ବିରୋଧ କରି ଆଜି କୃଷକ ସଂଗଠନ ‘କର୍ଣ୍ଣାଟକ ଜନ ସଂରକ୍ଷଣ ସମିତି’ ଏବଂ ଅନ୍ୟ ଅନୁଷ୍ଠାନ ଦ୍ବାରା ବେଙ୍ଗାଲୁରୁରେ ବନ୍ଦ ପାଳନ ହୋଇଛି। ବେଙ୍ଗାଲୁରୁ ପୁଲିସ କମିସନର ବି ଦୟାନନ୍ଦ କହିଛନ୍ତି, ସହରରେ ୧୪୪ ଜାରି ହୋଇଛି। ୧୦୦୦ରୁ ଅଧିକ ଲୋକ ଅଟକ ରହିଛନ୍ତି। ସହରରେ ବନ୍ଦ ପାଳନ ପାଇଁ କୌଣସି ଅନୁମତି ନଥିବାରୁ ବନ୍ଦ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ବୋଲି ଦୟାନନ୍ଦ କହିଛନ୍ତି। ବେଙ୍ଗାଲୁରୁରେ ଆଜି ସମସ୍ତ ସ୍କୁଲ୍ ଏବଂ କଲେଜ ବନ୍ଦ ରହିଛି। ତେବେ ସହରରେ ମେଟ୍ରୋ ସେବା ପ୍ରଭାବିତ ହୋଇନାହିଁ। ବସ୍ ସେବା ମଧ୍ୟ ସ୍ବାଭାବିକ ରହିଛି। ଓଲା-ଉବର ସଂଗଠନ ଦ୍ବାରା ବନ୍ଦକୁ ସମର୍ଥନ କରାଯାଇନି। କିନ୍ତୁ ଅଟୋ ଏବଂ ଟାକ୍ସି ସଂଗଠନ ବନ୍ଦକୁ ସମର୍ଥନ ପ୍ରଦାନ କରିଛନ୍ତି। ଆଜି କିଛି ହୋଟେଲ ଏବଂ ରେସ୍ତୋରାଁ ଖୋଲା ରହିଛି। ବେଙ୍ଗାଲୁରୁ ବନ୍ଦକୁ ଜେଡିଏସ୍ ସମର୍ଥନ ପ୍ରଦାଦ କରିଛି। ଦଳର ନେତା ଏଚ୍ଡି କୁମାରସ୍ବାମୀ କହିଛନ୍ତି, ତାଙ୍କ ଦଳ ବନ୍ଦକୁ ସମର୍ଥନ କରୁଛି।




