ବେଙ୍ଗାଲୁରୁ ପୁଲିସର ‘ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ୍ ଟେ‌ଷ୍ଟ୍‌’: ୨୧ ଜଣ ସ୍କୁଲ୍ ବସ୍ ଚାଳକଙ୍କ ବିରୋଧରେ ମାମଲା ରୁଜୁ

ବେଙ୍ଗାଲୁରୁ: ମଦ୍ୟପାନ କରି ଗାଡ଼ି ଚଳାଉଥିବା ୨୧ ଜଣ ସ୍କୁଲ୍ ବସ୍ ଡ୍ରାଇଭରଙ୍କ ବିରୋଧରେ ବେଙ୍ଗାଲୁରୁ ପୁଲିସ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କର୍ଣ୍ଣାଟକର ପରିବହନ ବିଭାଗ ପକ୍ଷରୁ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ରଦ୍ଦ ହେବାର ସମ୍ଭାବନା ରହିଛି ବୋଲି ପୁଲିସ କହିଛି। ବେଙ୍ଗାଲୁରୁ ପୁଲିସର ସୂଚନା ଅନୁଯାୟୀ, ସହରରେ ମୋଟ ୩,୯୨୪ଟି ସ୍କୁଲ ବସ୍ ଯାଞ୍ଚ କରାଯାଇଥିଲା ଏବଂ ୨୧ ଜଣ ଡ୍ରାଇଭର ମଦ୍ୟପାନ କରି […]

Samaya Live Picture
Published On

ବେଙ୍ଗାଲୁରୁ: ମଦ୍ୟପାନ କରି ଗାଡ଼ି ଚଳାଉଥିବା ୨୧ ଜଣ ସ୍କୁଲ୍ ବସ୍ ଡ୍ରାଇଭରଙ୍କ ବିରୋଧରେ ବେଙ୍ଗାଲୁରୁ ପୁଲିସ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କର୍ଣ୍ଣାଟକର ପରିବହନ ବିଭାଗ ପକ୍ଷରୁ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ରଦ୍ଦ ହେବାର ସମ୍ଭାବନା ରହିଛି ବୋଲି ପୁଲିସ କହିଛି। ବେଙ୍ଗାଲୁରୁ ପୁଲିସର ସୂଚନା ଅନୁଯାୟୀ, ସହରରେ ମୋଟ ୩,୯୨୪ଟି ସ୍କୁଲ ବସ୍ ଯାଞ୍ଚ କରାଯାଇଥିଲା ଏବଂ ୨୧ ଜଣ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ବେଳେ ଧରାପଡ଼ିଥିଲେ। ବସ୍‌ରେ ଅଧିକ ସଂଖ୍ୟକ ସ୍କୁଲ ପିଲାଙ୍କୁ ନେଇ ଯିବା ଅଭିଯୋଗରେ ୪୦୦ରୁ ଅଧିକ ମାମଲା ରୁଜୁ ହୋଇଥିଲା।
ବେଙ୍ଗାଲୁରୁ ପୁଲିସ କହିଛି ଯେ, ଯେଉଁ ଗାଡିରେ ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଥିବା ଦେଖିବାକୁ ମିଳିଥିଲା ତାହାକୁ ଜବତ କରାଯାଇଛି ଏବଂ ସମ୍ପୃକ୍ତ ଆରଟିଓଗୁଡ଼ିକ ଦ୍ୱାରା ଏଭଳି ଗାଡିଗୁଡିକର ପରମିଟ୍ ବାତିଲ କରିବାକୁ ସୁପାରିସ କରାଯାଇଛି। ବାସିନ୍ଦାଙ୍କ ସୁରକ୍ଷା ପାଇଁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ବିବୃତିରେ କୁହାଯାଇଛି।

Tags: