ବେଙ୍ଗାଲୁରୁ ‘ଟେକ୍’ କମ୍ପାନିର ‘ସିଇଓ’ ଏବଂ ‘ଏମ୍ଡି’ଙ୍କୁ ହତ୍ୟା କରିଥିବା ୩ ଅଭିଯୁକ୍ତ ଗିରଫ
ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରର ‘ଟେକ୍’ କମ୍ପାନି ‘ଏରୋନକ୍ସ୍ ଇଣ୍ଟର୍ନେଟ୍ କମ୍ପାନିର ଏମଡି ଓ ସିଇଓଙ୍କୁ ହତ୍ୟା କରିଥିବା ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ଶବରୀଶ, ବିନୟ ରେଡ୍ଡୀ ଓ ସେନ୍ତୋଷ। ପୁଲିସ ଅନୁଯାୟୀ ଉକ୍ତ ବେଙ୍ଗାଲୁରୁ ଫାର୍ମର ‘ସିଇଓ’ ଏବଂ ‘ଏମ୍ଡି’ଙ୍କ ସହିତ ଅଭିଯୁକ୍ତମାନଙ୍କର ଶତ୍ରୁତା ଥିଲା। ପୂର୍ବରୁ ସେମାନେ ସେହି କମ୍ପାନିରେ ଚାକିରି କରିଥିଲେ। ଚାକିରିରୁ ଇସ୍ତଫା ଦେବା ପରେ ସେମାନେ ନିଜସ୍ବ କମ୍ପାନି ଗଠନ କରିଥିଲେ। କୁହାଯାଉଛି […]
ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରର ‘ଟେକ୍’ କମ୍ପାନି ‘ଏରୋନକ୍ସ୍ ଇଣ୍ଟର୍ନେଟ୍ କମ୍ପାନିର ଏମଡି ଓ ସିଇଓଙ୍କୁ ହତ୍ୟା କରିଥିବା ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ଶବରୀଶ, ବିନୟ ରେଡ୍ଡୀ ଓ ସେନ୍ତୋଷ। ପୁଲିସ ଅନୁଯାୟୀ ଉକ୍ତ ବେଙ୍ଗାଲୁରୁ ଫାର୍ମର ‘ସିଇଓ’ ଏବଂ ‘ଏମ୍ଡି’ଙ୍କ ସହିତ ଅଭିଯୁକ୍ତମାନଙ୍କର ଶତ୍ରୁତା ଥିଲା। ପୂର୍ବରୁ ସେମାନେ ସେହି କମ୍ପାନିରେ ଚାକିରି କରିଥିଲେ। ଚାକିରିରୁ ଇସ୍ତଫା ଦେବା ପରେ ସେମାନେ ନିଜସ୍ବ କମ୍ପାନି ଗଠନ କରିଥିଲେ। କୁହାଯାଉଛି କି, ସେମାନେ ‘ଏରୋନକ୍ସ୍ ଇଣ୍ଟର୍ନେଟ୍ କମ୍ପାନି’ର କର୍ମଚାରୀ ଓ ଗ୍ରାହକମାନଙ୍କୁ ନିଜ କମ୍ପାନି ଆଡ଼କୁ ପ୍ରଲୋଭିତ କରୁଥିଲେ। ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ଦିନ ‘ଏରୋନକ୍ସ୍ ଇଣ୍ଟର୍ନେଟ୍ କମ୍ପାନି’ର ‘ଏମ୍ଡି’ ଫଣୀନ୍ଦ୍ର ସୁବ୍ରମଣ୍ୟ ଓ ‘ସିଇଓ’ ବିନୁ କୁମାରଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ଇଣ୍ଟର୍ନେଟ୍ ସେବା ଯୋଗାଉଥିବା ଉକ୍ତ କମ୍ପାନିରେ ଦୁହେଁ କାର୍ଯ୍ୟ କରୁଥିଲେ।




