ବେଙ୍ଗାଲୁରୁ କେନ୍ଦ୍ରୀୟ ଜେଲ୍‌ରେ ଚଢ଼ଉ; ୧୫ ମୋବାଇଲ୍‌ ଫୋନ୍‌, ଛୁରି, ନଗଦ ଟଙ୍କା ଜବତ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ପାରାପ୍ପାନା ଅଗ୍ରାହାରା କେନ୍ଦ୍ରୀୟ ଜେଲ୍‌ରେ ସ୍ବତନ୍ତ୍ର ପୁଲିସ ଟିମ୍‌ ଅତର୍କିତ ଚଢ଼ଉ କରିଛି। ଚଢ଼ଉରେ ୧୫ ମୋବାଇଲ୍‌ ଫୋନ୍‌, ୧ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟର ସାମ୍‌ସଙ୍ଗ୍‌ ଫୋନ୍‌, ୫ଟି ଛୁରି, ୭ଟି ବିଦ୍ୟୁତ୍‌ ଚୁଲା, ତିନିଟି ମୋବାଇଲ୍‌ ଫୋନ୍‌ ଚାର୍ଜର, ଦୁଇଟି ପେନ୍‌ ଡ୍ରାଇଭ୍‌, ୩୬ ହଜାର ନଗଦ ଟଙ୍କା ସହ ବିପୁଳ ପରିମାଣରେ ସିଗାରେଟ୍‌, ବିଡ଼ି ଆଦି ଜବତ କରାଯାଇଛି। ରେଣୁକାସ୍ବାମୀ ହତ୍ୟା ମାମଲାରେ ଜଣାଶୁଣା କନ୍ନଡ଼ ଅଭିନେତା ଦର୍ଶନ ଗିରଫ […]

Samaya Live Picture
Published On

ବେଙ୍ଗାଲୁରୁ: ବେଙ୍ଗାଲୁରୁ ପାରାପ୍ପାନା ଅଗ୍ରାହାରା କେନ୍ଦ୍ରୀୟ ଜେଲ୍‌ରେ ସ୍ବତନ୍ତ୍ର ପୁଲିସ ଟିମ୍‌ ଅତର୍କିତ ଚଢ଼ଉ କରିଛି। ଚଢ଼ଉରେ ୧୫ ମୋବାଇଲ୍‌ ଫୋନ୍‌, ୧ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟର ସାମ୍‌ସଙ୍ଗ୍‌ ଫୋନ୍‌, ୫ଟି ଛୁରି, ୭ଟି ବିଦ୍ୟୁତ୍‌ ଚୁଲା, ତିନିଟି ମୋବାଇଲ୍‌ ଫୋନ୍‌ ଚାର୍ଜର, ଦୁଇଟି ପେନ୍‌ ଡ୍ରାଇଭ୍‌, ୩୬ ହଜାର ନଗଦ ଟଙ୍କା ସହ ବିପୁଳ ପରିମାଣରେ ସିଗାରେଟ୍‌, ବିଡ଼ି ଆଦି ଜବତ କରାଯାଇଛି। ରେଣୁକାସ୍ବାମୀ ହତ୍ୟା ମାମଲାରେ ଜଣାଶୁଣା କନ୍ନଡ଼ ଅଭିନେତା ଦର୍ଶନ ଗିରଫ ହୋଇ କେନ୍ଦ୍ରୀୟ ଜେଲ୍‌ରେ ବନ୍ଦୀ ଥିଲେ। ଜେଲ୍‌ ବଗିଚାରେ ଦର୍ଶନ, ଗ୍ୟାଙ୍ଗ୍‌ଷ୍ଟର ୱିଲ୍‌ସନ ଗାର୍ଡେନ୍‌ ନାଗା ଓ ଅନ୍ୟ କେତେକ ଅପରାଧୀ ମିଳିତଭାବେ ପାର୍ଟି କରୁଥିବା ଭିଡ଼ିଓ ଭାଇରାଲ୍‌ ହୋଇଥିଲା। ଏହାପରେ ପୁଲିସ୍‌ର ଏକ ସ୍ବତନ୍ତ୍ର ଟିମ୍‌ ଜେଲ୍‌ରେ ଚଢ଼ଉ କରିଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନାରେ, ଏହି ଚଢ଼ଉ, ଗ୍ୟାଙ୍ଗଷ୍ଟର ନାଗା ରହୁଥିବା ବ୍ଲକ୍‌ରେ ହିଁ ସୀମିତ ଥିଲା। ଅଭିନେତା ଦର୍ଶନ ରହୁଥିବା ବ୍ଲକ-୩ ଓ ଅନ୍ୟ ବ୍ଲକଗୁଡ଼ିକରେ ଚଢ଼ଉ କରାଯାଇନାହିଁ। ଚଢ଼ଉ ପ୍ରାୟ ୩ଘଣ୍ଟା ଧରି ଚାଲିଥିଲା।

Tags: