ବେଙ୍ଗାଲୁରୁର ୨ ମହିଳା ୯ ଘଣ୍ଟା ଧରି ‘ଡିଜିଟାଲ୍ ଆରେଷ୍ଟ୍’ର ଶିକାର
ନୂଆଦିଲ୍ଲୀ: ଅନ୍ୟ ଏକ ‘ଡିଜିଟାଲ ଆରେଷ୍ଟ୍’ ଖବର ସାମ୍ନାକୁ ଆସିଛି। ବେଙ୍ଗାଲୁରୁର ୨ ଜଣ ମହିଳା ଏକ ଭିଡିଓ କଲ୍ରେ ପ୍ରାୟ ୯ ଘଣ୍ଟା ଧରି ବନ୍ଦୀ ରହିଛନ୍ତି ଏବଂ ଏକ ଅନ୍ଲାଇନ ମେଡିକାଲ ପରୀକ୍ଷା ଆଳରେ ସେମାନଙ୍କୁ ଉଲଗ୍ନ ହେବାପାଇଁ ବାଧ୍ୟ କରାଯାଇଛି। ଉକ୍ତ ୨ ମହିଳାଙ୍କୁ ପୁଲିସ ଅଫିସର୍ ବେଶରେ ସାଇବର ଠକ ଫୋନ୍ କରିଥିଲେ। ଏନେଇ ଏତଲା ରୁଜୁ କରିଥିବା ବେଙ୍ଗାଲୁରୁର ଜଣେ ୪୬ ବର୍ଷୀୟା ମହିଳା କହିଛନ୍ତି, ଥାଇଲାଣ୍ଡରେ ଜଣେ ଅନ୍ତର୍ଜାତୀୟ […]
ନୂଆଦିଲ୍ଲୀ: ଅନ୍ୟ ଏକ ‘ଡିଜିଟାଲ ଆରେଷ୍ଟ୍’ ଖବର ସାମ୍ନାକୁ ଆସିଛି। ବେଙ୍ଗାଲୁରୁର ୨ ଜଣ ମହିଳା ଏକ ଭିଡିଓ କଲ୍ରେ ପ୍ରାୟ ୯ ଘଣ୍ଟା ଧରି ବନ୍ଦୀ ରହିଛନ୍ତି ଏବଂ ଏକ ଅନ୍ଲାଇନ ମେଡିକାଲ ପରୀକ୍ଷା ଆଳରେ ସେମାନଙ୍କୁ ଉଲଗ୍ନ ହେବାପାଇଁ ବାଧ୍ୟ କରାଯାଇଛି। ଉକ୍ତ ୨ ମହିଳାଙ୍କୁ ପୁଲିସ ଅଫିସର୍ ବେଶରେ ସାଇବର ଠକ ଫୋନ୍ କରିଥିଲେ। ଏନେଇ ଏତଲା ରୁଜୁ କରିଥିବା ବେଙ୍ଗାଲୁରୁର ଜଣେ ୪୬ ବର୍ଷୀୟା ମହିଳା କହିଛନ୍ତି, ଥାଇଲାଣ୍ଡରେ ଜଣେ ଅନ୍ତର୍ଜାତୀୟ ନିର୍ଦ୍ଦେଶକ ଥିବା ତାଙ୍କ ପିଲାଦିନର ସାଙ୍ଗ ଏବେ ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ନିକଟକୁ ଜୁଲାଇ ୧୭ ପୂର୍ବାହ୍ନ ୧୧ଟାରେ ଫୋନ୍ ଆସିଥିଲା। ସେ ଜେଟ୍ ଏୟାରୱେଜ୍ ଦୁର୍ନୀତିରେ ସମ୍ପୃକ୍ତ ବୋଲି ଅଭିଯୋଗ ହୋଇଥିଲା। ଏଥିସହ ମନି ଲଣ୍ଡରିଂ, ଚୋରାଚାଲାଣ ଏବଂ ଏପରିକି ହତ୍ୟା ଅଭିଯୋଗ ବି ଠକମାନେ ସେମାନଙ୍କ ବିରୋଧରେ ଆଣିଥିଲେ। ଅପରାଧ ଅଭିଯୋଗ ଦୃଢ଼ିଭୂତ କରିବାପାଇଁ ସେମାନେ ସଠିକ୍ ବ୍ୟାଙ୍କ କାର୍ଡର ବିସ୍ତୃତ ତଥା ପଠାଇଥିଲେ ଏବଂ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାପାଇଁ ଦାବି କରିଥିଲେ। ଦାବି ରକ୍ଷା କରି ମହିଳା ଜଣଙ୍କ ୫୮,୪୭୭ ଟଙ୍କା ପଠାଇଥିଲେ। ମହିଳାଙ୍କ ବିରୋଧରେ ଗିରଫ ପରୱାନା ଥିବା ନେଇ ମଧ୍ୟ ଧମକ ଦିଆଯାଇଥିଲା। ଏହାପରେ ଉକ୍ତ ୨ ମହିଳାଙ୍କ ଶରୀରରେ କିଛି ଟାଟୁ, କିମ୍ବା ଚିହ୍ନ ଅଛି କି ନା’ ତାହା ଦେଖିବାପାଇଁ କହି ସେମାନଙ୍କର ଏକ ମେଡିକାଲ ପରୀକ୍ଷା କରିବାକୁ ସେମାନଙ୍କୁ ଉଲଗ୍ନ ହେବାପାଇଁ ବାଧ୍ୟ କରାଯାଇଥିଲା। ସେମାନେ ଉକ୍ତ ୨ ମହିଳା ଡିଜିଟାଲ ଆରେଷ୍ଟରେ ଥିବା କହିଥିଲେ ଏବଂ ୨୪ ଘଣ୍ଟା ଭିଡିଓ କଲ୍ରେ ରହିବାପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରେ ଉକ୍ତ ୨ ଜଣ ମହିଳା ଅନ୍ୟ ଜଣେ ବନ୍ଧୁଙ୍କୁ ଯୋଗାଯୋଗ କରିବାପରେ ତାଙ୍କ ନିର୍ଦ୍ଦେଶ ମୁତାବକ କଲ୍ଟିକୁ କାଟି ଦେଇଥିଲେ ଏବଂ ଏହା ଏକ ସ୍କାମ୍ ବୋଲି ଜାଣିଥିଲେ। ଏହାପରେ ଠକମାନେ ସେମାନଙ୍କୁ ଉଲଗ୍ନ ଫଟୋ ପଠାଇ ବ୍ଲାକ୍ମେଲ୍ କରିବା ଆରମ୍ଭ କରିଦେଲେ। ତେଣୁ ଉକ୍ତ ୨ ମହିଳା ପ୍ରବଳ ମାନସିକ ଚାପରେ ରହିବାପରେ ପୁଲିସରେ ଅଭିଯୋଗ କଲେ। ପୁଲିସ ମହିଳାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।




