ବେଙ୍ଗାଲୁରୁର କେଙ୍ଗେରିଠାରେ ମର୍ସିଡିଜ୍ ଧକ୍କାରେ ଯୁବତୀ ମୃତ
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ମର୍ସିଡିଜ୍ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା କାର୍ର ଚାଳକ ଜଣେ ୨୦ ବର୍ଷୀୟ ଯୁବକ ଓ ସେ ପ୍ରଚୁର ମଦ୍ୟପାନ କରିଥିଲେ। ବେଙ୍ଗାଲୁରୁର କେଙ୍ଗେରି ଠାରେ ଏଡି ଦୁର୍ଘଟଣା ଘଟିଛି। ସନ୍ଧ୍ୟା (୩୦) ସଡ଼କ ଅତିକ୍ରମ କରୁଥିବା ବେଳେ ଏକ ମର୍ସିଡିଜ୍ କାର୍ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ଧକ୍କାର ବେଗ ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ ହିଁ ସନ୍ଧ୍ୟାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ କାର୍ […]
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ମର୍ସିଡିଜ୍ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା କାର୍ର ଚାଳକ ଜଣେ ୨୦ ବର୍ଷୀୟ ଯୁବକ ଓ ସେ ପ୍ରଚୁର ମଦ୍ୟପାନ କରିଥିଲେ। ବେଙ୍ଗାଲୁରୁର କେଙ୍ଗେରି ଠାରେ ଏଡି ଦୁର୍ଘଟଣା ଘଟିଛି। ସନ୍ଧ୍ୟା (୩୦) ସଡ଼କ ଅତିକ୍ରମ କରୁଥିବା ବେଳେ ଏକ ମର୍ସିଡିଜ୍ କାର୍ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ଧକ୍କାର ବେଗ ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ ହିଁ ସନ୍ଧ୍ୟାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ କାର୍ ଚାଳକ ଧନୁଶ(୨୦) ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ନିସ୍ତୁକ ମାଡ଼ ଖାଇଥିଲେ। ପୁଲିସ ପହଞ୍ଚି ଅଭିଯୁକ୍ତ ଧନୁଷଙ୍କୁ ଗିରଫ କରିଥିଲା। ଆଲ୍କୋମିଟର ଯାଞ୍ଚରେ ଧନୁଷ ପ୍ରବଳ ମଦ୍ୟପାନ କରି ଗାଡ଼ି ଚଳାଉଥିବା ପ୍ରମାଣିତ ହୋଇଛି। ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ପରେ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଟ୍ରାଫିକ୍ ଡିସିପିଙ୍କ ସୂଚନାନୁସାରେ, ଧନୁଷଙ୍କ ପିତା ଜଣେ ଟ୍ରାଭେଲ୍ କମ୍ପାନୀ ମାଲିକ। କିଛି ଦିନ ପୂର୍ବେ ହିଁ ସେ ଏହି ଦାମୀ ମର୍ସିଡିଜ୍ ବେଞ୍ଜ୍ କାର୍ଟି କିଣିଥିଲେ। ଏହି କାର୍ ନେଇ ଘଟଣାଦିନ ଧନୁଷ ୟଶବନ୍ତପୁର ନିକଟ ଏକ ମଲ୍କୁ ଯାଇଥିଲା। ସେଠାରେ ଜଣେ ବନ୍ଧୁଙ୍କ ସହ ମଦ ପିଇବା ପରେ ମହିଶୂର ରାସ୍ତାରେ ‘ଲଙ୍ଗ୍ ଡ୍ରାଇଭ୍’ରେ ଯିବା ପାଇଁ ବାହାରିଥିଲେ।




