ବେଙ୍ଗାଲୁରୁରେ ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ବଡ଼ ଆକ୍ରମଣ ଯୋଜନା କରିଥିଲେ
ବେଙ୍ଗାଲୁରୁ : ବେଙ୍ଗାଲୁରୁରୁ ଆଜି ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି। ସିସିବି (ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ୍) ଦ୍ବାରା ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିଥିଲେ। ପୁଲିସ ଏବେ ଅନ୍ୟ ଜଣେ ସନ୍ଦିଗ୍ଧ ଜୁନେଦକୁ ମଧ୍ୟ ଖୋଜୁଛି। ଜୁନେଦ ହେଉଛି ମାଷ୍ଟରମାଇଣ୍ଡ। ଗିରଫ ହୋଇଥିବା ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସେ ହିଁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା। ଗିରଫ ହୋଇ ଜେଲ୍ରେ ଥିବା […]
ବେଙ୍ଗାଲୁରୁ : ବେଙ୍ଗାଲୁରୁରୁ ଆଜି ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି। ସିସିବି (ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ୍) ଦ୍ବାରା ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିଥିଲେ। ପୁଲିସ ଏବେ ଅନ୍ୟ ଜଣେ ସନ୍ଦିଗ୍ଧ ଜୁନେଦକୁ ମଧ୍ୟ ଖୋଜୁଛି। ଜୁନେଦ ହେଉଛି ମାଷ୍ଟରମାଇଣ୍ଡ। ଗିରଫ ହୋଇଥିବା ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସେ ହିଁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା। ଗିରଫ ହୋଇ ଜେଲ୍ରେ ଥିବା ୫ ସନ୍ଦିଗ୍ଧ ଆତଙ୍କବାଦୀ ହେଉଛନ୍ତି ସୁହେଲ, ଓମାର, ଜାହିଦ, ମୁଦାସିର ଏବଂ ଫୈଜଲ। ସମସ୍ତେ ବେଙ୍ଗାଲୁରୁର ଏବଂ ସମସ୍ତଙ୍କ ବୟସ ୨୫ରୁ ୩୫ ମଧ୍ୟରେ। ୨୦୧୭ରେ ମଧ୍ୟ ସେମାନେ ହତ୍ୟା ମାମଲାରେ ଗିରଫ ହୋଇ ୧୮ ମାସ ଜେଲ୍ରେ ଥିଲେ। ୨୦୧୯ରେ ସେମାନେ ଜେଲ୍ରୁ ମୁକୁଳିଥିଲେ। ଉକ୍ତ ୫ ସନ୍ଦିଗ୍ଧଙ୍କ ନିକଟରୁ ପୁଲିସ କିଛି ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଛି। ସେମାନେ ପାଖରେ ବନ୍ଧୁକ ଏବଂ ଡ୍ରାଗର ମଧ୍ୟ ରଖିଥିଲେ। ଉକ୍ତ ମାମଲାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।




