ବେଙ୍ଗାଲୁରୁରେ ୨ ଶିଶୁ ଏଚଏମ୍ପିଭି ପଜିଟିଭ୍ ଚିହ୍ନଟ
ବେଙ୍ଗାଲୁରୁ : ଚୀନ୍ରେ ଆତଙ୍କ ଖେଳାଇଥିବା ଏଚଏମ୍ପିଭି ଭାଇରସ୍ ଭାରତରେ ପହଞ୍ଚିଲାଣି। ବେଙ୍ଗାଲୁରୁରେ ୨ ଜଣ ଶିଶୁ ଏଚଏମ୍ପିଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବେଙ୍ଗାଲୁରୁର ବାପ୍ତିଷ୍ଟ ହସ୍ପିଟାଲରେ ଜଣେ ୮ ମାସର ଶିଶୁ ଏବଂ ଜଣେ ୩ ମାସର ଶିଶୁ ଶରୀରରେ ଏଚଏମପିଭି ଭାଇରସ୍ ଚିହ୍ନଟ ହୋଇଛି। ଏହି ଭାଇରସ୍ ସାଧାରଣତଃ ୧ ବର୍ଷରୁ ୧୧ ବର୍ଷର ଶିଶୁଙ୍କ ଶରୀରରେ ଦେଖା ଯାଉଥିବା ବେଳେ ଆଠ ମାସ ଓ ତିନି ମାସର ଶିଶୁ ଏହା ଦ୍ବାରା ଆକ୍ରାନ୍ତ […]
ବେଙ୍ଗାଲୁରୁ : ଚୀନ୍ରେ ଆତଙ୍କ ଖେଳାଇଥିବା ଏଚଏମ୍ପିଭି ଭାଇରସ୍ ଭାରତରେ ପହଞ୍ଚିଲାଣି। ବେଙ୍ଗାଲୁରୁରେ ୨ ଜଣ ଶିଶୁ ଏଚଏମ୍ପିଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବେଙ୍ଗାଲୁରୁର ବାପ୍ତିଷ୍ଟ ହସ୍ପିଟାଲରେ ଜଣେ ୮ ମାସର ଶିଶୁ ଏବଂ ଜଣେ ୩ ମାସର ଶିଶୁ ଶରୀରରେ ଏଚଏମପିଭି ଭାଇରସ୍ ଚିହ୍ନଟ ହୋଇଛି। ଏହି ଭାଇରସ୍ ସାଧାରଣତଃ ୧ ବର୍ଷରୁ ୧୧ ବର୍ଷର ଶିଶୁଙ୍କ ଶରୀରରେ ଦେଖା ଯାଉଥିବା ବେଳେ ଆଠ ମାସ ଓ ତିନି ମାସର ଶିଶୁ ଏହା ଦ୍ବାରା ଆକ୍ରାନ୍ତ ହେବା ଏକ ବିରଳ କଥା।ଏଚଏମ୍ପିଭି ଭାଇରସ୍ ପାଇଁ ଚୀନ୍ରେ ଅତି ଉଦ୍ବେଗଜନକ ସ୍ଥିତି ଉପୁଜିଥିବା ବେଳେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ତେବେ ରହସ୍ୟମୟ ଭୂତାଣୁ ସହ ସଂଘର୍ଷ ନେଇ ଚୀନ୍ ନିଜର ପ୍ରସ୍ତୁତି ଓ ମୁକାବିଲା ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରୁନାହିଁ। ସମ୍ଭାବ୍ୟ ଜରୁରିକାଳୀନ ପରିସ୍ଥିତି ବିଷୟରେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଆନୁଷ୍ଠାନିକ ବିବୃତି ନାହିଁ। ହ୍ୟୁମାନ ମେଟାନ୍ୟୁମୋଭାଇରସ୍ ପାଇଁ ଚୀନ୍ରେ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଥିବା ବେଳେ ଏଥି ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା କିମ୍ବା ଟିକା ଉପଲବ୍ଧ ଥିବାରୁ, ଭୂତାଣୁ ବିଷୟରେ ସଚେତନତା, ସତର୍କତା ଓ ପ୍ରତିରୋଧ ଜରୁରୀ ବୋଲି କୁହାଯାଉଛି।




