ବେଙ୍ଗାଲୁରୁରେ ୧୦ ଲକ୍ଷ ଟଙ୍କାର ବସ ଷ୍ଟପ୍‌ ଚୋରି ହୋଇଗଲା

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏକ ବସ୍‌ ଷ୍ଟପ୍‌ ଚୋରି ହୋଇଯାଇଛି। ବେଙ୍ଗାଲୁରୁ ସହରର ବ୍ୟସ୍ତବହୁଳ କନ୍ନିଙ୍ଘମ ରୋଡ୍‌ରେ ଗତ ମାସକ ତଳେ ସ୍ଥାପନ କରାଯାଇଥିବା ଏକ ବସ୍‌ ସେଲ୍ଟରକୁ ଏହାର ଷ୍ଟିଲ୍‌ ଷ୍ଟ୍ରକଚର ସହ ଚୋରି କରାଯାଇଛି। ବିଏମ୍‌ଟିସି (‌ ବେଙ୍ଗାଲୁରୁ ମେ‌ଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ୍‌) ଦ୍ବାରା ପରିଚାଳିତ ଏହି ବସ୍‌ ସେଲ୍ଟରକୁ କିଛି ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ଉକ୍ତ ବସ୍‌ ଷ୍ଟାଣ୍ଡ୍‌ ବେଙ୍ଗାଲୁରୁ ସିଟି ପୁଲିସ କମିସନର ଅଫିସ ପଛପଟେ ଏବଂ ବିଧାନ ସୌଧଠାରୁ ମାତ୍ର […]

Samaya Live Picture
Published On

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏକ ବସ୍‌ ଷ୍ଟପ୍‌ ଚୋରି ହୋଇଯାଇଛି। ବେଙ୍ଗାଲୁରୁ ସହରର ବ୍ୟସ୍ତବହୁଳ କନ୍ନିଙ୍ଘମ ରୋଡ୍‌ରେ ଗତ ମାସକ ତଳେ ସ୍ଥାପନ କରାଯାଇଥିବା ଏକ ବସ୍‌ ସେଲ୍ଟରକୁ ଏହାର ଷ୍ଟିଲ୍‌ ଷ୍ଟ୍ରକଚର ସହ ଚୋରି କରାଯାଇଛି। ବିଏମ୍‌ଟିସି (‌ ବେଙ୍ଗାଲୁରୁ ମେ‌ଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ୍‌) ଦ୍ବାରା ପରିଚାଳିତ ଏହି ବସ୍‌ ସେଲ୍ଟରକୁ କିଛି ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ଉକ୍ତ ବସ୍‌ ଷ୍ଟାଣ୍ଡ୍‌ ବେଙ୍ଗାଲୁରୁ ସିଟି ପୁଲିସ କମିସନର ଅଫିସ ପଛପଟେ ଏବଂ ବିଧାନ ସୌଧଠାରୁ ମାତ୍ର ୧ କିମିରୁ କମ୍‌ ଦୂରତାରେ ଅବସ୍ଥିତ। ୧୦ ଲକ୍ଷ ଟଙ୍କାର ଏହି ବସ୍‌ ଷ୍ଟପ୍‌ ଚୋରି ହେବା ଘଟଣାରେ ସମସ୍ତେ ବିସ୍ମିତ।
ବେଙ୍ଗାଲୁରୁରେ ବିଏମ୍‌ଟିସି ବସ୍‌ ସେଲ୍ଡର ନିର୍ମାଣ ଦାୟିତ୍ବରେ ଥିବା ଏକ କମ୍ପାନିର ସହଯୋଗୀ ଉପସଭାପତି ଏନ୍‌ ରବି ରେଡ୍ଡି ଏନେଇ ସେପ୍ଟେମ୍ବର ୩୦ ତାରିଖରେ ଅଭି‌ଯୋଗ କରିବାପରେ ପୁଲିସ ଉକ୍ତ ଘଟଣାରେ ଏକ ଚୋରି ମାମଲା ରୁଜୁ କରିଛି। ଆଇପିସିର ଧାରା ୩୭୯ ଅଧୀନରେ ଏନେଇ ମାମଲା ରୁଜୁ ହୋଇଛି।

Tags: