ବେଙ୍ଗାଲୁରୁରେ ବସ୍ ଯାତ୍ରା କଲେ ରାହୁଲ ଗାନ୍ଧି

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୨ ଦିନ ରହିଲା। ଆଜି ନିର୍ବାଚନ ପ୍ରଚାରର ଶେଷ ଦିନ। ଶେଷ ପର୍ଯ୍ୟାୟରେ କର୍ଣ୍ଣାଟକରେ ହାଇ ଭୋଲ୍ଟେଜ ପ୍ରଚାର ହେଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧି କର୍ଣ୍ଣାଟକରେ ସାଧାରଣ ଲୋକଙ୍କ ସହ ସମୟ ଅତିବାହିତ କରିଛନ୍ତି। ରାହୁଲ ଗାନ୍ଧି ବେଙ୍ଗାଲୁରୁରେ ଆଜି ବିଏମ୍ଟିସି ବସ୍ରେ ଚଢ଼ି ସାଧାରଣ ଯାତ୍ରୀଙ୍କ ସହ ଯାତ୍ରା କରିଛନ୍ତି। ରାହୁଲ ସାଧାରଣ ଲୋକଙ୍କ ମନକଥା ବୁଝିଛନ୍ତି। ମହିଳାମାନେ ଦର ବୃଦ୍ଧି, ଗୃହଲକ୍ଷ୍ମୀ ଯୋଜନା […]

Samaya Live Picture
Published On

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୨ ଦିନ ରହିଲା। ଆଜି ନିର୍ବାଚନ ପ୍ରଚାରର ଶେଷ ଦିନ। ଶେଷ ପର୍ଯ୍ୟାୟରେ କର୍ଣ୍ଣାଟକରେ ହାଇ ଭୋଲ୍ଟେଜ ପ୍ରଚାର ହେଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧି କର୍ଣ୍ଣାଟକରେ ସାଧାରଣ ଲୋକଙ୍କ ସହ ସମୟ ଅତିବାହିତ କରିଛନ୍ତି। ରାହୁଲ ଗାନ୍ଧି ବେଙ୍ଗାଲୁରୁରେ ଆଜି ବିଏମ୍ଟିସି ବସ୍ରେ ଚଢ଼ି ସାଧାରଣ ଯାତ୍ରୀଙ୍କ ସହ ଯାତ୍ରା କରିଛନ୍ତି। ରାହୁଲ ସାଧାରଣ ଲୋକଙ୍କ ମନକଥା ବୁଝିଛନ୍ତି। ମହିଳାମାନେ ଦର ବୃଦ୍ଧି, ଗୃହଲକ୍ଷ୍ମୀ ଯୋଜନା ଏବଂ ବିଏମ୍ଟିସି ଏବଂ କେଏସଆରଟିସିରେ ମହିଳାଙ୍କୁ ମାଗଣା ଯାତ୍ରା ନେଇ କଂଗ୍ରେସ ଦେଇଥିବା ପ୍ରତିଶୃତି ସଂକ୍ରାନ୍ତରେ ରାହୁଲଙ୍କ ସହ ଆଲୋଚନା କରିଛନ୍ତି। ଗତକାଲି ରାହୁଲ ବେଙ୍ଗାଲୁରୁରେ ଡେଲିଭରି ବୟ ମାନଙ୍କ ସହ କଥା ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ମେ’ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଏବଂ ମେ’ ୧୩ ତାରିଖରେ ଫଳାଫଳ ଆସିବ।

Tags: