ବେଙ୍ଗାଲୁରୁରେ ପ୍ରବଳ ବର୍ଷା; କୋଠା ଭୁଶୁଡ଼ି ଜଣେ ମୃତ
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଗତ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ଖରାପ ପାଗ ଓ ବର୍ଷା ଯୋଗୁଁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସହରରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ମଙ୍ଗଳବାର ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ୫ଟି ଟିମ୍ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷରେ ସହରର ପୂର୍ବ ଭାଗରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ […]
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଗତ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ଖରାପ ପାଗ ଓ ବର୍ଷା ଯୋଗୁଁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସହରରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ମଙ୍ଗଳବାର ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ୫ଟି ଟିମ୍ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷରେ ସହରର ପୂର୍ବ ଭାଗରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୭ ଜଣ ଭଗ୍ନସ୍ତୂପ ତଳେ ଚାପି ହୋଇ ରହିଛନ୍ତି। ଉଦ୍ଧାର ଅଭିଯାନରେ ଅଗ୍ନିଶମ ଓ ଜରୁରୀକାଳୀନ ବିଭାଗର ଦୁଇଟି ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ୟେଲାହାଙ୍କା ଏବଂ ଏହାର ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଉତ୍ତର ବେଙ୍ଗାଲୁରୁ ବର୍ଷାରେ ସର୍ବାଧିକ ପ୍ରଭାବିତ ହୋଇଛି। ଉଦ୍ଧାରକାରୀମାନେ ଡଙ୍ଗା ସାହାଯ୍ୟରେ ଲୋକଙ୍କୁ ବାହାର କରୁଛନ୍ତି। ଜଳବନ୍ଦୀ ଯୋଗୁଁ ଉତ୍ତର ବେଙ୍ଗାଲୁରୁରେ ମଧ୍ୟ ଭୀଷଣ ସମସ୍ୟା ଉପୁଜିଛି। ପାଗ ଅତ୍ୟନ୍ତ ଖରାପ ଥିବାରୁ ଅନେକ ବିମାନର ଗତିପଥ ପରିବର୍ତ୍ତନ ହୋଇଥିବା ବେଳେ ଟ୍ରେନ୍ ଏବଂ ବସ୍ ମଧ୍ୟ ପ୍ରଭାବିତ ହୋଇଛି। ଜଳବନ୍ଦୀ ଅଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତଳିଆ ଅଂଚଳରେ ଅନେକ ଘରେ ପାଣି ପଶିଛି ।




