ବେଙ୍ଗାଲୁରୁରେ ଆରମ୍ଭ ହେଲା ମୋଦୀଙ୍କ ୨୬ କିମି ରୋଡସୋ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ମୁଖ୍ୟ ତାରକା ପ୍ରଚାରକ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଆଜି ଏବଂ ଆସନ୍ତାକାଲି ବେଙ୍ଗାଲୁରୁରେ ରୋଡସୋ ଏବଂ ରାଲି କରିବେ। ମୋଦୀଙ୍କ ୨୬ କିମି ରୋଡସୋ ଆଜି ବେଙ୍ଗାଲୁରୁରେ ଆରମ୍ଭ ହୋଇ ସାରିଛି। ମୋଦୀଙ୍କ ଏହି ରୋଡ୍ ସୋ ୧୩ ଟି ବିଧାନସଭା ଆସନ ଅତିକ୍ରମ କରିବ। ୮ ଘଣ୍ଟାର ଧରି ଏହି ରୋଡସୋ ଚାଲିବ। ମୋଦୀଙ୍କ ରୋଡସୋରେ ଜନସମୁଦ୍ର ଦେଖିବାକୁ ମିଳିଛି। ବିପୁଳ ସଂଖ୍ୟାରେ […]

Samaya Live Picture
Published On

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ମୁଖ୍ୟ ତାରକା ପ୍ରଚାରକ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଆଜି ଏବଂ ଆସନ୍ତାକାଲି ବେଙ୍ଗାଲୁରୁରେ ରୋଡସୋ ଏବଂ ରାଲି କରିବେ। ମୋଦୀଙ୍କ ୨୬ କିମି ରୋଡସୋ ଆଜି ବେଙ୍ଗାଲୁରୁରେ ଆରମ୍ଭ ହୋଇ ସାରିଛି। ମୋଦୀଙ୍କ ଏହି ରୋଡ୍ ସୋ ୧୩ ଟି ବିଧାନସଭା ଆସନ ଅତିକ୍ରମ କରିବ। ୮ ଘଣ୍ଟାର ଧରି ଏହି ରୋଡସୋ ଚାଲିବ। ମୋଦୀଙ୍କ ରୋଡସୋରେ ଜନସମୁଦ୍ର ଦେଖିବାକୁ ମିଳିଛି। ବିପୁଳ ସଂଖ୍ୟାରେ ବିଜେପି ସମର୍ଥକ ଆଜି ମୋଦୀଙ୍କ ରୋଡସୋରେ ସାମିଲ ହୋଇଛନ୍ତି। ଇତି ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି କର୍ଣ୍ଣାଟକର ହୁବେଳିରେ ପ୍ରଥମ ନିର୍ବାଚନ ରାଲି କରିବେ। ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧି ବେଲଗଭିରେ ରାଲି କରିବେ।
ଉଲ୍ଲେଖଯୋଗ୍ୟ ଯେ ମୋଦୀଙ୍କ ରୋଡସୋ ଉପରେ ରୋକ୍ ଲଗାଇବାପାଇଁ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଥିଲା। ରୋଡ‌ସୋ ଯୋଗୁଁ ଟ୍ରାଫିକ୍ ଜାମ୍ ସମସ୍ୟା ହେବା ସହ ରାସ୍ତା ଜାମ୍ ହେବ ବୋଲି ଦାବି କରି ଆଇନଜୀବୀ ଅମୃତେଶ ଏନ୍ପି କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଆଏଲ୍ ଦାଖଲ କରିଥିଲେ। କିନ୍ତୁ ହାଇକୋର୍ଟ ମୋଦୀଙ୍କ ରୋଡସୋ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ।

Tags: