ବେଙ୍ଗାଲୁରୁରୁ ୩୦ ବର୍ଷୀୟା ମହିଳା ଅଲ୍‌କାଏଦା ଆତଙ୍କବାଦୀ ଗିରଫ

ବେଙ୍ଗାଲୁରୁ: ଅଲ୍‌ କାଏଦା ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଥିବା ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଆଜି ବେଙ୍ଗାଲୁରୁରୁ ଗିରଫ କରାଯାଇଛି। ଗୁଜରାଟ ଏଟିଏସ୍‌ (ଆତଙ୍କୀ ନିରୋଧ ସ୍କ୍ବାଡ୍‌) ଦ୍ବାରା ଗିରଫ ହୋଇଥିବା ଏହି ମହିଳାଙ୍କ ନାଁ ସାମା ପର୍‌ବିନ ଏବଂ ତା’ର ଘର ଝାଡ଼ଖଣ୍ଡରେ। ଭାରତରେ ଅଲକାଏଦା ଆତଙ୍କବାଦୀ ଶାଖାର ସେ ଜଣେ ସଂଚାଳକ। ଉଲ୍ଲେଖ‌ଯୋଗ୍ୟ, ନିକଟରେ ଅନ୍ୟ ୪ ଅଲ୍‌ କାଏଦା ଆତଙ୍କବାଦୀ ଗିରଫ ହେବାର କିଛି ଦିନ ପରେ ସାମା ପରବିନ ଆଜି […]

ବେଙ୍ଗାଲୁରୁରୁ ୩୦ ବର୍ଷୀୟା ମହିଳା ଅଲ୍‌କାଏଦା ଆତଙ୍କବାଦୀ ଗିରଫ
Samaya Live Picture
Published On

ବେଙ୍ଗାଲୁରୁ: ଅଲ୍‌ କାଏଦା ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଥିବା ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଆଜି ବେଙ୍ଗାଲୁରୁରୁ ଗିରଫ କରାଯାଇଛି। ଗୁଜରାଟ ଏଟିଏସ୍‌ (ଆତଙ୍କୀ ନିରୋଧ ସ୍କ୍ବାଡ୍‌) ଦ୍ବାରା ଗିରଫ ହୋଇଥିବା ଏହି ମହିଳାଙ୍କ ନାଁ ସାମା ପର୍‌ବିନ ଏବଂ ତା’ର ଘର ଝାଡ଼ଖଣ୍ଡରେ। ଭାରତରେ ଅଲକାଏଦା ଆତଙ୍କବାଦୀ ଶାଖାର ସେ ଜଣେ ସଂଚାଳକ। ଉଲ୍ଲେଖ‌ଯୋଗ୍ୟ, ନିକଟରେ ଅନ୍ୟ ୪ ଅଲ୍‌ କାଏଦା ଆତଙ୍କବାଦୀ ଗିରଫ ହେବାର କିଛି ଦିନ ପରେ ସାମା ପରବିନ ଆଜି ଗିରଫ ହୋଇଛନ୍ତି। ଉଲ୍ଲେଖ‌ଯୋଗ୍ୟ, ଜୁନ୍‌ ୧୦ ତାରିଖରେ ଗୁଜରାଟ ଏଟିଏସ୍‌ ଡିଏସ୍‌ପି ହର୍ଷ ଉପାଧ୍ୟାୟ କିଛି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଦେଶ ବିରୋଧୀ ଏବଂ ଉତ୍ତେଜନା‌ ସୃଷ୍ଟିକାରୀ ବାର୍ତ୍ତା ପୋଷ୍ଟ୍‌ କରୁଥିବା ନେଇ ଗୁଇନ୍ଦା ସୂଚନା ପାଇଥିଲେ। ଏହି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ୍‌ ଗୁଡ଼ିକରୁ ଅଲକାଏଦାର ଆତଙ୍କବାଦୀ ବିଷୟବସ୍ତୁ, ଭିଡିଓ ଏବଂ ବିଚାରଧାରା ସେୟାର କରାଯାଇଛି। ମୁସଲମାନ ଯୁବକଙ୍କ ମଧ୍ୟରେ ଦେଶ ବିରୋଧୀ ଉତ୍ତେଜନା ସୃଷ୍ଟି କରିବାପାଇଁ ଏବଂ ଭାରତ ସରକାରଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ସେ ଯୋଜନାବଦ୍ଧ ଭାବେ ପୋଷ୍ଟ୍‌ କରୁଥିଲା। ତେବେ ଏହି ସୋସିଆଲ ମିଡିଆ ଆକାଉଣ୍ଟ୍‌ ପଛର ମାଷ୍ଟରମାଇଣ୍ଡ ନିକଟରେ ପହଞ୍ଚିବାପାଇଁ ଏଟିଏସ୍‌ ଏସ୍‌ପି କେ ସିଦ୍ଧାର୍ଥଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କଲା। ଟିମ୍‌ ଏହି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ଗୁଡ଼ିକୁ ପରିଚାଳନା କରୁଥିବା ୪ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲା ଏବଂ ସେମାନଙ୍କୁ ଜୁଲାଇ ୨୧ ଓ ୨୨ ତାରିଖରେ ଗିରଫ କରିଥିଲା।

Tags: