ବେଗୁସରାଇରେ ପୋଖରୀରେ ମାଛ ଧରିଲେ ରାହୁଲ ଗାନ୍ଧୀ
ପାଟନା: ବିହାରର ବେଗୁସରାଇରେ ରାହୁଲ ଗାନ୍ଧୀ ଆଜି ପ୍ରଚାର କାର୍ଯ୍ୟକ୍ରମ କରିଥିବାବେଳେ ଏଠାରେ ଏକ ପୋଖରୀରେ ସ୍ଥାନୀୟ ଧୀବରମାନଙ୍କ ସହ ମାଛ ଧରିଛନ୍ତି। ଅଞ୍ଚଳରେ ପାରମ୍ପରିକ ମାଛ ଧରା ପ୍ରକ୍ରିୟାରେ ରାହୁଲ ଅଂଶଗ୍ରହଣ କରିଛନ୍ତି। ରାହୁଲ ମାଛ ଧରୁଥିବାର ଭିଡିଓ ଅନଲାଇନ୍ରେ ଭାଇରାଲ୍ ହୋଇଛି। ରାଏବରେଲି ସାଂସଦଙ୍କୁ ତାଙ୍କ ଟ୍ରେଡମାର୍କ ଟିସାର୍ଟ ସହ କଳା ରଙ୍ଗର ପ୍ୟାଣ୍ଟ୍ରେ ଦେଖିବାକୁ ମିଳିଛି। ଉପସ୍ଥିତ ଥିବା ଲୋକମାନେ ଲଗାତାର ‘ରାହୁଲ ଗାନ୍ଧୀ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ। ରାହୁଲଙ୍କ ସହ କଂଗ୍ରେସ […]
ପାଟନା: ବିହାରର ବେଗୁସରାଇରେ ରାହୁଲ ଗାନ୍ଧୀ ଆଜି ପ୍ରଚାର କାର୍ଯ୍ୟକ୍ରମ କରିଥିବାବେଳେ ଏଠାରେ ଏକ ପୋଖରୀରେ ସ୍ଥାନୀୟ ଧୀବରମାନଙ୍କ ସହ ମାଛ ଧରିଛନ୍ତି। ଅଞ୍ଚଳରେ ପାରମ୍ପରିକ ମାଛ ଧରା ପ୍ରକ୍ରିୟାରେ ରାହୁଲ ଅଂଶଗ୍ରହଣ କରିଛନ୍ତି। ରାହୁଲ ମାଛ ଧରୁଥିବାର ଭିଡିଓ ଅନଲାଇନ୍ରେ ଭାଇରାଲ୍ ହୋଇଛି। ରାଏବରେଲି ସାଂସଦଙ୍କୁ ତାଙ୍କ ଟ୍ରେଡମାର୍କ ଟିସାର୍ଟ ସହ କଳା ରଙ୍ଗର ପ୍ୟାଣ୍ଟ୍ରେ ଦେଖିବାକୁ ମିଳିଛି। ଉପସ୍ଥିତ ଥିବା ଲୋକମାନେ ଲଗାତାର ‘ରାହୁଲ ଗାନ୍ଧୀ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ। ରାହୁଲଙ୍କ ସହ କଂଗ୍ରେସ ନେତା କହ୍ନେୟା କୁମାର, ଭିଆଇପି (ବିକାଶଶୀଳ ଇନସାନ ପାର୍ଟି) ମୁଖ୍ୟ ତଥା ମେଣ୍ଟର ଉପମୁଖ୍ୟମନ୍ତ୍ରୀ ଚେହେରା ମୁକେଶ ସାହାଣୀ ମଧ୍ୟ ଉପସ୍ଥିତ ଥିଲେ।




