ବେଆଇନ ମଦ୍ରାସା ଭାଙ୍ଗିବା ଘଟଣାକୁ ନେଇ ଉତ୍ତରାଖଣ୍ଡରେ ବ୍ୟାପକ ହିଂସା , ୫ ମୃତ, ୧୦୦ରୁ ଅଧିକ ପୁଲିସ ଆହତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ହଲଦୱାନିରେ ବେଆଇନ ମଦ୍ରାସା ଭାଙ୍ଗିବା ଘଟଣାକୁ ବିରୋଧ କରି ବ୍ୟାପକ ହିଂସା ଉପୁଜିଛି। ହିଂସାରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ପୁଲିସ ଆହତ ହୋଇଛନ୍ତି। ହଲଦୱାନି ଏବଂ ବନଭୁଲପୁରାରେ ବେଆଇନ ମସଜିଦ ଉଚ୍ଛେଦ କରାଯାଇଥିବାବେଳେ ଏହାକୁ ବିରୋଧ କରି ଅଧିକାରୀଙ୍କ ଉପରକୁ ଆକ୍ରମଣ ହୋଇଛି। ଅଧିକାରୀମାନେ କହିଛନ୍ତି ଏହି ହିଂସା ଏବଂ ସଂଘର୍ଷ ଯୋଜନାବଦ୍ଧ। ଦୁର୍ବୃତ୍ତମାନେ ପୁଲିସ ଉପରକୁ ପଥର ମାଡ଼ କରିବା ସହ ପୁଲିସ ଗାଡ଼ି ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ହଲଦୱାନିରେ ବେଆଇନ ମଦ୍ରାସା ଭାଙ୍ଗିବା ଘଟଣାକୁ ବିରୋଧ କରି ବ୍ୟାପକ ହିଂସା ଉପୁଜିଛି। ହିଂସାରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ପୁଲିସ ଆହତ ହୋଇଛନ୍ତି। ହଲଦୱାନି ଏବଂ ବନଭୁଲପୁରାରେ ବେଆଇନ ମସଜିଦ ଉଚ୍ଛେଦ କରାଯାଇଥିବାବେଳେ ଏହାକୁ ବିରୋଧ କରି ଅଧିକାରୀଙ୍କ ଉପରକୁ ଆକ୍ରମଣ ହୋଇଛି। ଅଧିକାରୀମାନେ କହିଛନ୍ତି ଏହି ହିଂସା ଏବଂ ସଂଘର୍ଷ ଯୋଜନାବଦ୍ଧ। ଦୁର୍ବୃତ୍ତମାନେ ପୁଲିସ ଉପରକୁ ପଥର ମାଡ଼ କରିବା ସହ ପୁଲିସ ଗାଡ଼ି ଏବଂ ଥାନାରେ ନିଆଁ ଲଗାଇ ଦେବା ଫଳରେ କର୍ତ୍ତୃପକ୍ଷମାନେ ସମ୍ପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପୁଲିସ। ଅନ୍ୟ ପୌର କର୍ମଚାରୀମାନେ ମଧ୍ୟ ସ୍ଥାନୀୟ ମଦ୍ରାସା ଭାଙ୍ଗିବା କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି। ହଲଦୱାନିରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଅନ୍ୟ ଅଞ୍ଚଳରେ ମଧ୍ୟ ସୁରକ୍ଷା କଡ଼ାକଡ଼ି ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ବନଭୁଲପୁରା ଏବଂ ହଲଦୱାନିରେ ମସଜିଦ ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ହିଂସା ଉପୁଜିଥିଲା। ସାରା ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଛି। ହିଂସା ପରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ହିଂସା ବଢ଼ିବାରୁ ନୈନିତାଲରେ ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ କରାଯାଇଛି।

Tags: